ଆକ୍ରମଣ କଲେ ମାନଚିତ୍ରରୁ ହଜିଯିବ ଇରାନ: ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରି ଇରାନକୁ ଖୋଲା ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଯଦି ଇରାନ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଆମେରିକୀୟ ଜାହାଜ ଉପରେ ଆକ୍ରମଣ କରେ, ତେବେ ଇରାନକୁ ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ କରିଦିଆଯିବ। ପ୍ରୋଜେକ୍ଟ ଫ୍ରିଡମ୍ ଅଧୀନରେ ବ୍ୟବସାୟିକ ଜାହାଜଗୁଡ଼ିକୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଆମେରିକା ସାମରିକ ଅଭିଯାନ ଆରମ୍ଭ କରିଥିବା ବେଳେ ଇରାନ ଏଥିରେ ବାଧା ସୃଷ୍ଟି କରୁଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି।ଆମେରିକୀୟ ସେନା ପକ୍ଷରୁ ଇରାନର ସାତଟି କ୍ଷୁଦ୍ର ଶକ୍ତିଶାଳୀ ନୌକାକୁ ଧ୍ୱଂସ କରିଦିଆଯାଇଥିବା ସେ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଲେ ଆମେରିକା ନିଜର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ବିଶ୍ୱବ୍ୟାପୀ ଥିବା ସାମରିକ ବେସଗୁଡ଼ିକର ବ୍ୟବହାର କରିବାକୁ ପଛାଇବ ନାହିଁ ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି।ୟୁଏଇ ଉପରେ ଇରାନର ଭୟାବହ ମିସାଇଲ୍ ଓ ଡ୍ରୋନ୍ ମାଡ଼। ମଧ୍ୟପ୍ରାଚ୍ୟରେ ସଙ୍କଟ ଘନେଇବାରେ ଲାଗିଛି । UAE ଉପରେ ଇରାନର ଆକସ୍ମିକ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ପରେ ସମଗ୍ର ଅଞ୍ଚଳରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଆକ୍ରମଣ ଗତ ଏପ୍ରିଲ ୮ରେ ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ଅସ୍ଥାୟୀ ଯୁଦ୍ଧବିରତି।

You might also like