ଆସନ୍ତାକାଲି କୋଟିଆ ଯିବେ ରାଜସ୍ବ ମନ୍ତ୍ରୀ
ଆସନ୍ତାକାଲି କୋଟିଆ ଯିବେ ରାଜସ୍ବ ମନ୍ତ୍ରୀ । ଜନ ଗଣନା କୁ ତ୍ୱରାନ୍ୱିତ ଓ ସମୀକ୍ଷା ପାଇଁ କୋଟିଆ ଯିବେ ରାଜସ୍ବ ମନ୍ତ୍ରୀ । କୋଟିଆ ରେ ନିର୍ମାଣ ଚାଲିଛି ଜଗନ୍ନାଥ ମନ୍ଦିର । ଏହି କାମ ଶେଷ ପର୍ଯାୟ ଅଛି । ଚଳିତ ବର୍ଷ କୋଟିଆ ରେ ବ୍ୟାପକ ଭାବରେ ହେବ ରଥଯାତ୍ରା | ଏଥିପାଇଁ ଜିଲ୍ଲାପାଳ ଙ୍କୁ ଦିଆଯାଇଛି ନିର୍ଦ୍ଧେଶ ।ସୂଚନା ଅନୁଯାୟୀ, ଜନଗଣନା କାମ ଚାଲିଥିବା ବେଳେ ପଡୋଶୀ ଆନ୍ଧ୍ର ପ୍ରଦେଶର କିଛି ଅଧିକାରୀ କୋଟିଆ ଅଞ୍ଚଳର ଲୋକମାନଙ୍କୁ ସେମାନଙ୍କର ଜନଗଣନାରେ ସାମିଲ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସ୍ଥାନୀୟ ପ୍ରଶାସନ ଓ ଗ୍ରାମବାସୀ ଏହାକୁ ଜୋରଦାର ବିରୋଧ କରି ସେମାନଙ୍କୁ ସେଠାରୁ ବାହାର କରିଦେଇଥିଲେ। ଏହା ଫଳରେ ପୁଣିଥରେ କୋଟିଆ ଅଞ୍ଚଳର ମାଲିକାନାକୁ ନେଇ ପୁରୁଣା ବିବାଦ ଚର୍ଚ୍ଚାରେ ଆସିଛି ।ଏହି ପରିସ୍ଥିତିକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେଇଛନ୍ତି । ରାଜସ୍ବ ମନ୍ତ୍ରୀ ସେ ଜନଗଣନା କାର୍ୟ୍ୟର ପ୍ରଗତି ସମୀକ୍ଷା କରିବା ସହିତ ସୀମା ବିବାଦ ନେଇ ମଧ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିବେ ବୋଲି କୁହାଯାଉଛି।