ଆସାମରେ ବିଜେପି ସରକାର

ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ଆସାମର ୧୨୬ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଏପ୍ରିଲ ୯ ତାରିଖରେ ରାଜ୍ୟରେ ୧୨୬ ନିର୍ବାଚନମଣ୍ଡଳୀରେ ୭୨୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିଥିଲେ । ୮୫.୯୬ ପ୍ରତିଶତ ମତଦାନ ରେକର୍ଡ ହୋଇଥିଲା । ଆସାମର ସମସ୍ତ ୩୫ ଜିଲ୍ଲାରେ ବିସ୍ତାରିତ ୪୦ଟି ଗଣନା କେନ୍ଦ୍ରରେ କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ଭୋଟ ଗଣତି ଜାରି ରହିଛି ।ଆସାମରେ ବିଜେପି ୯୯ ସିଟରେ ଆଗୁଆ ରହିଛି । କଂଗ୍ରେସ ଆସାମରେ ବେଶି କିଛି କମାଲ୍ କରିପାରିନାହିଁ ।

You might also like