ଶିଶୁଙ୍କୁ ଅଧିକ ମୋବାଇଲ୍ ଦେଖାଇବା ହୋଇପାରେ ବିପଜ୍ଜନକ।ସୃଷ୍ଟି ହୋଇପାରେ ‘ଅଟିଜିମ୍’ ଭଳି ସମସ୍ୟା

ଶିଶୁଙ୍କୁ ଅଧିକ ମୋବାଇଲ୍ ଦେଖାଇବା ହୋଇପାରେ ବିପଜ୍ଜନକ । AIIMS ଦିଲ୍ଲୀର ଗବେଷଣାରୁ ସାମ୍ନାକୁ ଆସିଛି ଚିନ୍ତାଜନକ ତଥ୍ୟ । ଯେଉଁ ଶିଶୁମାନେ ଏକ ବର୍ଷ ବୟସ ପୂର୍ବରୁ ଅଧିକ ସମୟ ସ୍କ୍ରିନ୍ ସଂସ୍ପର୍ଶରେ ଆସୁଛନ୍ତି, ସେମାନଙ୍କଠାରେ ତିନି ବର୍ଷ ବୟସ ବେଳକୁ ଅଟିଜିମ୍ ସମ୍ବନ୍ଧୀୟ ଲକ୍ଷଣ ଦେଖାଯିବାର ସମ୍ଭାବନା ଅଧିକ ରହୁଛି । ୧୮ ମାସରୁ କମ୍ ବୟସର ଶିଶୁଙ୍କୁ ମୋବାଇଲ୍ ବା ଟିଭି ସ୍କ୍ରିନ୍‌ଠାରୁ ସମ୍ପୂର୍ଣ୍ଣ ଦୂରେଇ ରଖିବା ଉଚିତ୍ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।  ଜନ୍ମରୁ ପ୍ରଥମ ୧ ହଜାର ଦିନ ଶିଶୁର ମସ୍ତିଷ୍କ ବିକାଶ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ । ପ୍ରାୟ ୮୦% ଅଟିଜିମ୍ ଆକ୍ରାନ୍ତ ଶିଶୁଙ୍କଠାରେ ନିଦ୍ରା ସମସ୍ୟା ଓ ବ୍ୟବହାରିକ ପରିବର୍ତ୍ତନ ଭଳି ଅତିରିକ୍ତ ସମସ୍ୟା ଦେଖାଯାଉଛି ।ପିଲାମାନେ ଖେଳକୁଦ, କଥାବାର୍ତ୍ତା ଏବଂ ପରିବାର ଲୋକଙ୍କ ସହ ସମୟ ବିତାଇଲେ ହିଁ ସେମାନଙ୍କ ମସ୍ତିଷ୍କର ସଠିକ୍ ବିକାଶ ହୋଇଥାଏ । ପିଲାଙ୍କୁ ଶାନ୍ତ କରିବା ପାଇଁ ମୋବାଇଲ୍ ଦେବା ଏକ ସହଜ ଉପାୟ ହୋଇପାରେ, କିନ୍ତୁ ଏହା ସେମାନଙ୍କ ଭବିଷ୍ୟତ ପାଇଁ କ୍ଷତିକାରକ ବୋଲି ଡାକ୍ତର ଚେତାଇ ଦେଇଛନ୍ତି ।

You might also like