ମଦ ପିଇ ବିଧାନସଭା ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମାନ୍ !
ପଞ୍ଜାବ ବିଧାନସଭାରେ ବଡ ହଙ୍ଗାମା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ମଦ୍ୟପାନ କରି ବିଧାନସଭା ଆସିଥିବାର ଅଭିଯୋଗ ହୋଇଛି।ବାଜୱା ଦାବି କରିଛନ୍ତି ଯେ, ଗୃହରେ ଥିବା ସବୁ ସଦସ୍ୟଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଯାଞ୍ଚ ଘଣ୍ଟାଏ ଭିତରେ କରାଯିବା ଉଚିତ୍। ସେ କହିଛନ୍ତି , ଏହି ଯାଞ୍ଚ ପରିସରରେ ଟ୍ରେଜରୀ ବେଞ୍ଚ ଓ ବିରୋଧୀ ଦଳର ସବୁ ବିଧାୟକଙ୍କୁ ମଧ୍ୟ ସାମିଲ କରାଯାଉ। ଅକାଳୀ ଦଳ ମଧ୍ୟ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଡୋପ୍ ଟେଷ୍ଟର ଦାବି କରିଛନ୍ତି। ଅକାଳୀ ଦଳର ଅଭିଯୋଗ ଯେ, ସିଏମ୍ ମାନ ମଦ ପିଇ ବିଧାନସଭାରେ ପହଞ୍ଚି ଥିଲେ।ସେପଟେ ବିରୋଧୀ ଦଳ ନେତାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବାଚସ୍ପତି। କଂଗ୍ରେସ ନାଟକ କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମାନ୍।