ଇରାନ ଯୁଦ୍ଧରେ କୋଟି କୋଟି ଡଲାର ଖର୍ଚ୍ଚ,ପ୍ରଶ୍ନ ଉଠାଇଲା ଜାତିସଂଘ

ଇରାନ ବିରୁଦ୍ଧରେ ଯୁଦ୍ଧରେ ଆମେରିକା ଏପର୍ଯ୍ୟନ୍ତ ୨୫ ବିଲିୟନ ଡଲାର ଖର୍ଚ୍ଚ କରିଛି। ଏନେଇ ନିଜେ ବଡ଼ ଖର୍ଚ୍ଚ ଖୁଲାସା କରିଛି ପେଣ୍ଟାଗନ।ଆମେରିକା ପ୍ରତିରକ୍ଷା ବିଭାଗ, ପେଣ୍ଟାଗନର ଜଣେ ଅଧିକାରୀ ପ୍ରଥମ ଥର ପାଇଁ ଏହି ଯୁଦ୍ଧର ଖର୍ଚ୍ଚର ଏକ ସରକାରୀ ଆକଳନ ଦେଇଛନ୍ତି। ତାଙ୍କ ଅନୁସାରେ, ଏପର୍ଯ୍ୟନ୍ତ ପ୍ରାୟ ୨୫ ବିଲିୟନ ଡଲାର ଖର୍ଚ୍ଚ ହୋଇଛି। ଏହାର ଅର୍ଥ ହେଉଛି ଏହି ଯୁଦ୍ଧରେ ପ୍ରତିଦିନ ପ୍ରାୟ ୨ ବିଲିୟନ ଡଲାର, ଅର୍ଥାତ୍ ଭାରତୀୟ ମୁଦ୍ରାରେ ୧୯ ହଜାର କୋଟି ଖର୍ଚ୍ଚ ହେଉଛି। ଏହି ସଂଖ୍ୟା ଦର୍ଶାଉଛି ଯେ ଯୁଦ୍ଧ କେବଳ ଭୂମିରେ ନୁହେଁ ବରଂ ଅର୍ଥନୀତି ଉପରେ ମଧ୍ୟ ଭାରୀ କ୍ଷତି ପହଞ୍ଚାଉଛି।ସଂଯୁକ୍ତ ରାଷ୍ଟ୍ର (ୟୁଏନ) ମାନବିକତା ସଂସ୍ଥା ଏହି ଖର୍ଚ୍ଚ ଉପରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛି। ଏଜେନ୍ସିର ମୁଖ୍ୟ ଟମ୍ ଫ୍ଲେଚରଙ୍କ ଅନୁଯାୟୀ, ଯଦି ଏହି ଟଙ୍କା ରିଲିଫ୍ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇଥାନ୍ତା, ତେବେ ପ୍ରାୟ ୮ କୋଟି ୭୦ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇ ପାରିଥାନ୍ତା। ସେ କହିଛନ୍ତି ଯେ ଏହି ପରିମାଣ ସାରା ବିଶ୍ୱରେ କ୍ଷୁଧା ଏବଂ ଦାରିଦ୍ର୍ୟ ସହିତ ସଂଘର୍ଷ କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରିଥାନ୍ତା, କିନ୍ତୁ ବର୍ତ୍ତମାନ ଏହି ସୁଯୋଗ ହରାଇ ଦିଆଯାଇଛି। ରାଶିକୁ ଅଯୋଥା ବ୍ୟର୍ଥ କରାଯାଇଛି।

You might also like