ପ୍ରଥମ ଥର NASM-SRର ‘ସଲଭୋ’ ପରୀକ୍ଷଣ ସଫଳ
ରାଜ୍ୟ କାହାଣୀ (ଭୁବନେଶ୍ଵର)ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ବଡ ସଫଳତା । ଡିଆରଡିଓ ଓ ଭାରତୀୟ ନୌସେନାର ମିଳିତ ଉଦ୍ୟମରେ ନାଭାଲ ଆଣ୍ଟି ସିପ୍ ମିସାଇଲ ସର୍ଟ ରେଞ୍ଜ (NASM-SR)ର ପ୍ରଥମ ‘ସଲଭୋ’ (ଏକ ସଙ୍ଗରେ ଏକାଧିକ) ପରୀକ୍ଷଣ ସଫଳତାପୂର୍ବକ କରିଛନ୍ତି । ଓଡିଶା ସୀମା ବଙ୍ଗୋପସାଗର ଉପକୂଳରେ ଭାରତୀୟ ନୌସେନା ଏଥିପାଇଁ ହେଲିକପ୍ଟରର ବ୍ୟବହାର କରିଛି ।ଦୁଇଟି ଯାକ ମିସାଇଲର ସଫଳ ପରୀକ୍ଷଣ ହୋଇଛି । ଚାନ୍ଦିପୁର ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜର ତତ୍ତ୍ବାବଧାନରେ ଏହି ପରୀକ୍ଷଣ ସଫଳ ହୋଇଛି । ହାଇଦ୍ରାବଦ ସ୍ଥିତ ରିସର୍ଚ୍ଚ ସେଣ୍ଟର ଓ ଡିଆରଡିଓର ମିଳିତ ସହଯୋଗରେ ଏହି ମିସାଇଲକୁ ବିକଶିତ କରାଯାଇଛି । NASM-SR ମିସାଇଲରେ ଅତ୍ୟାଧୁନିକ ଓ ସ୍ବଦେଶୀ ଟେକନିକର ବ୍ୟବହାର କରାଯାଇଛି । ଯେପରିକି ସିକର୍, ସମନ୍ୱିତ ଏଭିଓନିକ୍ସ ମଡ୍ୟୁଲ୍, ଉନ୍ନତ ନାଭିଗେସନ୍ ଏବଂ ଫାଇବର-ଅପ୍ଟିକ୍ ଜାଇରୋସ୍କୋପ୍-ଆଧାରିତ ଇନର୍ସିଆଲ୍ ନାଭିଗେସନ୍ ସିଷ୍ଟମ୍ ଏବଂ ରେଡିଓ-ଅଲ୍ଟିମିଟର ବ୍ୟବହାର କରି ମାର୍ଗଦର୍ଶନ ସହିତ ଉନ୍ନତ ନିୟନ୍ତ୍ରଣ ଏବଂ ମାର୍ଗଦର୍ଶନ ଆଲଗୋରିଦମ, ଉଚ୍ଚ-ବ୍ୟାଣ୍ଡୱିଡଥ୍ ଦୁଇ-ପଥ ଡାଟା ଲିଙ୍କ୍ ଆଦି ଏଥିରେ ବିକଶିତ କରାଯାଇଛି ।