ଆଜି ଅଭିଯୋଗ ଶୁଣାଣି ବେଳେ ବିଏମ୍‌ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ

ରାଜ୍ୟ କାହାଣୀ (ଭୁବନେଶ୍ୱର )ଭୁବନେଶ୍ୱର ମହାନଗର ନିଗମ ଅଫିସ୍‌ରେ ମାର୍‌ପିଟ୍। ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ କର୍ପୋରେଟଙ୍କ ସହଯୋଗୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆଜି ବିଏମସି ଅଫିସରେ ଅଭିଯୋଗ ଶୁଣାଣି ଚାଲିଥିଲା। ଅତିରିକ୍ତ କମିଶନର ରତ୍ନାକର ସାହୁ ଲୋକଙ୍କ ଅଭିଯୋଗ ଶୁଣାଣି କରୁଥିଲେ। ହଠାତ୍ ୫ରୁ ୬ ଜଣ ବ୍ୟକ୍ତି ଆସି ଅତିରିକ୍ତ କମିଶନରଙ୍କ ଚାମ୍ବର ଭିତରେ ପଶି ତାଙ୍କୁ ମାଡ ମାରିଥିଲେ। ପରେ ଏ ନେଇ ଖାରବେଳନଗର ଥାନାକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ସିସି ଟିଭି ଯାଞ୍ଚ କରୁଛି। ତେବେ ଏହାକୁ ବିରୋଧ କରି ଅଫିସ କର୍ମଚାରୀମାନେ ଧାରଣାରେ ବସିଛନ୍ତି। ଦୁର୍ବୃତ୍ତମାନଙ୍କୁ ଚିହ୍ନଟ ପରେ ତାଙ୍କ ବିରୋଧ କଡ଼ା ଆକ୍ସନ ହେବ ଜଣେ ଅଧିକାରୀ ସୂଚନା ଦେଇଛନ୍ତିି।

You might also like