ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ପ୍ରଧାନଶିକ୍ଷକ ନିଲମ୍ବିତ

ରାଜ୍ୟ କାହାଣୀ ( ଭୁବନେଶ୍ଵର)ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ । ଅଭିଯୋଗ ପରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ ।ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଏକ ସେବାଶ୍ରମ ସ୍କୁଲର ପ୍ରଧାନଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଛାତ୍ରୀ ଏବଂ ତାଙ୍କ ପରିବାର ।ଗତ ଏପ୍ରିଲ ୧୫ ତାରିଖ ରାତିରେ ସ୍କୁଲର ୫ ଜଣ ଛାତ୍ରୀ ଓଆରସ ପିଇବା ପାଇଁ ଯାଇଥିବା ବେଳେ ସ୍କୁଲ ପ୍ରଧାନଶିକ୍ଷକ ସୁକାନ୍ତ ଷଡଙ୍ଗୀ ଅନ୍ୟ ଚାରି ଜଣଙ୍କୁ ଛାଡ଼ିବା ସହ କେବଳ ପୀଡିତା ଛାତ୍ରୀଙ୍କୁ ହାତ ଧରି ଟାଣିଥିଲେ ।ରୁମ ଭିତରକୁ ଡାକି ନାବାଳିକାଙ୍କ ଦେହର ବିଭିନ୍ନ ସମ୍ବେଦନଶୀଳ ସ୍ଥାନକୁ ଛୁଇଁବା ସହିତ ଟଣା ଓଟରା କରିଥିଲେ ।  ଅପରପକ୍ଷରେ ଏ ଘଟଣା ସହିତ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ସ୍କୁଲ କମିଟିର ତଦନ୍ତ ପରେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି ।

You might also like