ପଶ୍ଚିମବଙ୍ଗ ଓ ତାମିଲନାଡୁରେ ମତଦାନ ରେକର୍ଡ, ପଶ୍ଚିମବଙ୍ଗରେ ୯୦ % ଓ ତାମିଲନାଡୁରେ ୮୨ % ଭୋଟ୍

ପ୍ରବଳ ଖରା ସତ୍ତ୍ୱେ ପଶ୍ଚିମବଙ୍ଗ ଓ ତାମିଲନାଡୁରେ ଭୋଟ ବର୍ଷା । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଏବଂ ତାମିଲନାଡୁର ସମସ୍ତ ଆସନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଛି । ପ୍ରବଳ ଖରା ସତ୍ତ୍ୱେ ଭୋଟରମାନେ ବହୁ ସଂଖ୍ୟାରେ ବାହାରି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।ସମସ୍ତ ମତଦାନ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଭୟ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ କଠୋର ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଶାନ୍ତିପୂର୍ଣ୍ଣ ଏବଂ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଦୁଇ ରାଜ୍ୟରେ ବମ୍ପର ଭୋଟିଂ ହୋଇଛି। ଏହାରି ମଧ୍ୟରେ ଅପରାହ୍ନ ୫ଟା ସୁଦ୍ଧା ପଶ୍ଚିମବଙ୍ଗରେ ୯୦ ପ୍ରତିଶତ ଏବଂ ତାମିଲନାଡୁରେ ୮୨.୨୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ଏଥର ଡିଏମକେ (DMK), ଏଆଇଏଡିଏମକେ (AIADMK) ସହ ସୁପରଷ୍ଟାର ବିଜୟଙ୍କ ନୂଆ ଦଳ ଟିଭିକେ (TVK) ମଧ୍ୟରେ କଡ଼ା ଲଢ଼େଇ ହେଉଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ, ଉଦୟନିଧି ଷ୍ଟାଲିନ ଏବଂ ଅଭିନେତା ବିଜୟଙ୍କ ଭଳି ବହୁ ପ୍ରମୁଖ ବ୍ୟକ୍ତି ନିଜର ଭୋଟ୍ ଦେଇ ଗଣତନ୍ତ୍ରର ପର୍ବରେ ସାମିଲ ହୋଇଥିଲେ। ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ପଶ୍ଚିମବଙ୍ଗରେ ୨.୪ ଲକ୍ଷରୁ ଅଧିକ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଥିଲା। ପଶ୍ଚିମବଙ୍ଗର ମୁର୍ଶିଦାବାଦ ଓ ଆସାନସୋଲରେ କିଛି ସ୍ଥାନରେ ଛୋଟ ଧରଣର ଗଣ୍ଡଗୋଳ ହୋଇଥିବା ବେଳେ ତାମିଲନାଡୁରେ ଜଣେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିବା ଖବର ମିଳିଛି।

You might also like