ଜନଗଣନା ପାଇଁ ରାଜସ୍ବ ବିଭାଗର SoP । ସବୁ ଜିଲ୍ଲାପାଳ/ଏସ୍ପି/ ମ୍ୟୁନିସପାଲ୍ କମିଶନରଙ୍କୁ ଚିଠି
ଭୁବନେଶ୍ୱର (ରାଜ୍ୟକାହାଣୀ )ଜନଗଣନା ଅଧିକାରୀଙ୍କ ପାଇଁ ଏସ୍ଓପି। ପ୍ରଥମ ପର୍ଯ୍ୟାୟ ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗ ଏସ୍ଓପି ଜାରି କରିଛି। ଏ ନେଇ ସବୁ ଜିଲ୍ଲାପାଳ/ଏସ୍ପି/ ମ୍ୟୁନିସପାଲ୍ କମିଶନରଙ୍କୁ ଚିଠି ହୋଇଛି। ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଗଣନାକାରୀ/ପର୍ଯ୍ୟବେକ୍ଷକ ସର୍ବଦା ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ । ଫିଲ୍ଡରେ ସେମାନଙ୍କୁ ନିଯୁକ୍ତି ପତ୍ର ମଧ୍ୟ ପାଖରେ ରଖିବାକୁ ପରାମର୍ଶ ଦିଆଯାଇଛି। ଯଦି କେହି ଧମକ ଚମକ ଦିଅନ୍ତି ତାହେଲେ E&S ହସ୍ତକ୍ଷେପ କରିବେ। ଦରକାର ପଡ଼ିଲେ ତୁରନ୍ତ ସ୍ଥାନ ଛାଡ଼ିବା ପରେ କର୍ମଚାରୀମାନେ ପୁଣି ସୁରକ୍ଷା ଭିତରେ ଯିବେ। E&S ର ନାମ ଏବଂ ଯୋଗାଯୋଗ ବିବରଣୀ କର୍ମଚାରୀମାନେ ସମ୍ପୃକ୍ତ ଥାନାକୁ ସୂଚିତ କରିବେ। ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ଅଞ୍ଚଳରେ ଜଣେ ପୁଲିସ୍ କର୍ମଚାରୀ ମଧ୍ୟ ଯିବେ। ଅଧିକାରୀମାନେ ଜନଗଣନାକୁ ଯିବା ବେଳେ ସ୍ଥାନୀୟ ମୁରବୀମାନଙ୍କର ମଧ୍ୟ ସହଯୋଗ ନେଇପାରିବେ। ଜନଗଣନା କାର୍ଯ୍ୟକର୍ତ୍ତାମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବାରେ ବାଧା ସୃଷ୍ଟି କରୁଥିବା ଯେକୌଣସି ବ୍ୟକ୍ତି ୧୯୪୮ ମସିହାର ଜନଗଣନା ଆଇନ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାୟୀ ରହିବେ । ଏପରି ଅପରାଧ ପାଇଁ ଜରିମାନା ଏବଂ/ଅଥବା କାରାଦଣ୍ଡ ହୋଇପାରେ, ଯାହା ପ୍ରଯୁଜ୍ୟ ଆଇନ ଅନୁଯାୟୀ ତିନି ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।