ଦିଲ୍ଲୀରୁ ଶିମଲା ଯିବ କାର୍ଯ୍ୟାଳୟ, ମାଟି ଘରେ ରହିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଦିଲ୍ଲୀରୁ ସିମଲାକୁ ସିଫ୍ଟ ହେଲେ ରାଷ୍ଟ୍ରପତି । ଏଥିପାଇଁ ଦିଲ୍ଲୀର ରାଷ୍ଟ୍ରପତି କାର୍ଯ୍ୟାଳୟ ସିମଲାକୁ ସିଫ୍ଟ କରିଦିଆଯାଇଛି । ୬ ଦିନ ପାଇଁ ଦିଲ୍ଲୀରେ ହେଉଥିବା ସମସ୍ତ କାର୍ଯ୍ୟ ଏବେ ସିମଲା କରାଯିବ । ତେବେ ଏଥିପାଇଁ ହିମାଚଳ ସରକାର ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି କରିଛନ୍ତି । ରାଷ୍ଟ୍ରପତିଙ୍କ ଅଫିସିଆଲ ବାସସ୍ଥାନ କେବଳ ସିମଲା ଏବଂ ହାଇଦ୍ରାବାଦରେ ରହିଛି । ଦେଶରେ କେବଳ ତିନୋଟି ସ୍ଥାନରେ ରାଷ୍ଟ୍ରପତିଙ୍କ ବାସଭବନ ରହିଛି। ଏଥିମଧ୍ୟରୁ ସବୁଠାରୁ ପୁରୁଣା ସିମଲାର ମଶୋବରାରେ ଅବସ୍ଥିତ। ଏହା ପୂର୍ବରୁ ଦି ରିଟ୍ରିଟ୍ ନାମରେ ଜଣାଶୁଣା ଥିଲା। ଏହା ସିମଲାରୁ ୧୨ କିଲୋମିଟର ଦୂରରେ ମଶୋବରାର ଶାନ୍ତ ଏବଂ ମନୋରମ ପାହାଡ଼ରେ ଅବସ୍ଥିତ। ରାଷ୍ଟ୍ରପତିଙ୍କ ବାସଭବନ ମଶୋବ୍ରା ୧୭୫ ବର୍ଷରୁ ଅଧିକ ପୁରୁଣା। ଏହାର ନିର୍ମାଣ ଶୈଳୀ ଧଜ୍ଜୀ ନିର୍ମାଣ ପରି। ଏଥିରେ କାଠ ଏବଂ ମାଟିରେ ତିଆରି କାନ୍ଥ ରହିଛି। ଏହି କୋଠାର ଅନନ୍ୟ ବୈଶିଷ୍ଟ୍ୟ ହେଉଛି ଏହା ଭୂମିକମ୍ପ ପ୍ରତିରୋଧୀ। ଏହି ଧଜ୍ଜୀ ନିର୍ମାଣ ଶୈଳୀରେ ପ୍ରସ୍ତୁତ, ଯାହା ଗ୍ରୀଷ୍ମ ଋତୁରେ ଥଣ୍ଡା ଏବଂ ଶୀତ ଋତୁରେ ଘର ଭିତର ଉଷ୍ମ ରଖିଥାଏ।
ମଶୋବରାରେ ଭାରତର ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ଅନେକ ଆକର୍ଷଣ ବହନ କରେ। ଏଥିରେ ଏକ ସୁନ୍ଦର ସେଓ ବଗିଚା ରହିଛି, ଯେଉଁଥିରେ ବିଦେଶୀ ପ୍ରକାରର ତିନି ଶହରୁ ଅଧିକ ସେଓ ଗଛ ରହିଛି। ସବୁଠୁ ବେଶୀ ଚମତ୍କାର ଏବଂ ଆଖି ଝଲସିବା ଭଳି ମନୋରମ ଦୃଶ୍ୟ ହେଉଛି, ଏଠିକାର ଟୁଲିପ୍ ଉଦ୍ୟାନ। ଯାହା ରଙ୍ଗବେରଙ୍ଗ ଫୁଲରେ ଭର୍ତ୍ତି ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନି ବର୍ଷ ପୂର୍ବେ ଏପ୍ରିଲରେ ଏହି ଟୁଲିପ୍ ବଗିଚାର ଉଦଘାଟନ କରିଥିଲେ। ଏଠାରେ ଡେନିସ୍, ୱାଲମାର୍କ ଏବଂ ଜାମ୍ବୋରୀ ପ୍ରକାରର ସୁନ୍ଦର ଟୁଲିପ୍ ଫୁଟିଛି।