ମେ ୧୫ରୁ ୨୧ସିବିଏସଇ ଦଶମ ଶ୍ରେଣୀ ଦ୍ଵିତୀୟ ବୋର୍ଡ଼ ପରୀକ୍ଷା
ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ଦ୍ଵିତୀୟ ବୋର୍ଡ଼ ପରୀକ୍ଷା ତାରିଖ । ମେ ୧୫ରୁ ୨୧ତାରିଖ ଯାଏଁ ଚାଲିବ ପରୀକ୍ଷା ।ସକାଳ ୧୦ଟା ୩୦ ରୁ ୧ଟା ୩୦ ଯାଏଁ ଚାଲିବ ପରୀକ୍ଷା । ଚଳିତ ବର୍ଷ ପ୍ରଥମ ଥର ସିବିଏସଇ ପକ୍ଷରୁ ଦ୍ଵିତୀୟ ବୋର୍ଡ଼ ପରୀକ୍ଷା ନିଷ୍ପତ୍ତି ନିଆଯାଇଛି । ଏହା ପୂର୍ବରୁ ବୋର୍ଡ ପ୍ରଥମ ପରୀକ୍ଷା ଶେଷ ହେଇଯାଇଛି । ଯାହାର ଫଳାଫଳ ମଧ୍ୟ ପ୍ରକାଶ ପାଇସାରିଛି। ଯେଉଁମାନେ ପରୀକ୍ଷା ଦେଇପାରିନାହାନ୍ତି କିମ୍ବା ଯେଉଁମାନେ ସେମାନଙ୍କର ସ୍କୋର ଭଲ କରିବାକୁ ଚାହାଁନ୍ତି, ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ।
ପରୀକ୍ଷା ସୂଚୀ:-
ମେ ୧୫ (ଶୁକ୍ରବାର): ଗଣିତ ମାନକ (୦୪୧) ଏବଂ ଗଣିତ ମୌଳିକ (୨୪୧)
ମେ ୧୬ (ଶନିବାର): ଇଂରାଜୀ ଯୋଗାଯୋଗ (୧୦୧) ଏବଂ ଇଂରାଜୀ ଭାଷା ଏବଂ ସାହିତ୍ୟ (୧୮୪)
ମେ ୧୮ (ସୋମବାର): ବିଜ୍ଞାନ (୦୮୬)
ମେ ୧୯ (ମଙ୍ଗଳବାର): ହିନ୍ଦୀ ପାଠ୍ୟକ୍ରମ-ଏ (୦୦୨), ଉର୍ଦ୍ଦୁ, ପଞ୍ଜାବୀ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷା
ମେ ୨୦ (ବୁଧବାର): ସଂସ୍କୃତ (୧୨୨), ସୂଚନା ପ୍ରଯୁକ୍ତିବିଦ୍ୟା (୪୦୨), ଏବଂ AI (୪୧୭)
ମେ ୨୧ (ଗୁରୁବାର): ସାମାଜିକ ବିଜ୍ଞାନ (୦୮୭) – ପରୀକ୍ଷାର ଶେଷ ଦିନ।