କୋଣାର୍କ ସୂର୍ଯ୍ୟମନ୍ଦିରରୁ ଖୁବ୍‌ଶୀଘ୍ର କଢ଼ାଯିବ ବାଲି

ଭୁବନେଶ୍ୱର (ରାଜ୍ୟକାହାଣୀ )କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ଖୁବ୍‌ଶୀଘ୍ର ବାଲି କଢ଼ାଯିବ ସୂଚନା ମିଳିଛି । ଏନେଇ ସମସ୍ତ ବୈଷୟିକ କାର୍ଯ୍ୟ ଶେଷ ହୋଇଥିବା ଏଏସ୍‌ଆଇ ପକ୍ଷରୁ କୁହାଯାଇଛି ।ପୂର୍ବରୁ ମନ୍ଦିରର ପଶ୍ଚିମ ପାଖ କାନ୍ଥରେ ଡ୍ରିଲିଂ କରାଯାଇ ବାଲିର ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ସେଠାରୁ ବାଲିର ନମୁନା ସଂଗ୍ରହ କରାଯାଇ ଗତବର୍ଷ ଡିସେମ୍ବର ୮ରେ ପରୀକ୍ଷା ପାଇଁ ଆଇଆଇଟି ମାଡ୍ରାସ୍‌ ଲ୍ୟାବ୍‌କୁ ପଠାଯାଇଥିଲା। ରିପୋର୍ଟ ଅନୁଯାୟୀ ଭିତରେ ଥିବା ବାଲିଗୁଡ଼ିକ ପୂର୍ବପରି ସୁରକ୍ଷିତ ରହିଛି ଏବଂ ବାଲି କାଢ଼ିଲେ ମନ୍ଦିର ପ୍ରତି କୌଣସି ବିପଦ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ରିପୋର୍ଟ ଆସିବା ପରେ ଏଏସ୍‌ଆଇ ପକ୍ଷରୁ ଅକ୍ଷୟ ତୃତୀୟା ଦିନରୁ ବାଲି କାଢ଼ିବା କାର୍ଯ୍ୟ ଆରମ୍ଭ ହୋଇଛି। ଏନେଇ ଏଏସ୍‌ଆଇ ପକ୍ଷରୁ ବାଲି କାଢ଼ିବା ପାଇଁ ଚୂଡ଼ାନ୍ତ ମ୍ୟାପିଂ କରାଯାଉଛି। ସେକ୍ସନ୍‌ ଡ୍ରଇଂ ଅନୁଯାୟୀ ସୂର୍ଯ୍ୟମନ୍ଦିରର ୮୦ ଫୁଟ ଉଚ୍ଚରେ ପଶ୍ଚିମ ପାର୍ଶ୍ୱ କାନ୍ଥରେ ୯ ଫୁଟ ଚଉଡ଼ାରେ ପଥର କଟାଯାଇ ଭିତରକୁ ପ୍ରବେଶ ପାଇଁ ଟନେଲ୍‌ ନିର୍ମାଣ କରାଯିବ।ବାଲିକୁ ପର୍ଯ୍ୟାୟ କ୍ରମେ ମନ୍ଦିର ପାଦଦେଶକୁ ଅଣାଯାଇ ସେଠାରୁ ପାଇପ୍ ସାହାଯ୍ୟରେ ମନ୍ଦିରର ଉତ୍ତରପଶ୍ଚିମ କୋଣରେ ସୁରକ୍ଷିତ ରଖାଯିବା ବରିଷ୍ଠ ବିଶେଷଜ୍ଞଙ୍କ ଉପସ୍ଥିତିରେ ଏ ସମସ୍ତ ପ୍ରକ୍ରିୟା ଚାଲିବ ବୋଲି ଏଏସ୍‌ଆଇର ଉପଅଧୀକ୍ଷକ ଚିତ୍ତରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

You might also like