ଛତିଶଗଡ଼ରେ ପ୍ଲେନ୍ କ୍ରାସ୍, ହଠାତ୍ ପାହାଡ ସହ ମାଡ଼ ହୋଇଗଲା ଘରୋଇ ବିମାନ
ଛତିଶଗଡ଼ରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି । ଛତିଶଗଡ଼ ଜଶପୁର ଜିଲ୍ଲାରେ ଏକ ବିମାନ ଦୁର୍ଘଟଣା ଘଟିଛି । ଆରା ପାହାଡ଼ରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନଟି ଖୁରାସଗଡ଼ା ଗାଁ ନିକଟସ୍ଥ ଜଙ୍ଗଲରେ ଏକ ଗଛ ସହ ଧକ୍କା ହେବା ପରେ ଜଳିଯାଇଛି । ଦୁର୍ଘଟଣା ନେଇ ଖବର ମିଳିବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛି । ସୂଚନାମୁତାବକ ଗ୍ରାମବାସୀଙ୍କ ଅନୁଯାୟୀ, ଜଶପୁରର ନାରାୟଣପୁର ଅଞ୍ଚଳର ରତନପାହାଲି ଜଙ୍ଗଲରେ ଚାର୍ଟର୍ଡ ବିମାନଟି ଗଛ ସହିତ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ, ପାହାଡ଼ୀ ଅଞ୍ଚଳରୁ ନିଆଁ ଏବଂ ଧୂଆଁ ଉଠିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ପୋଲିସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଦୁର୍ଘଟଣାରେ ପାଇଲଟ ଏବଂ କୋ-ପାଇଲଟଙ୍କର ମୃତ୍ୟୁ ହୋଇଛି ।