ଆସନ୍ତାକାଲି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର (ରାଜ୍ୟକାହାଣୀ )ଆସନ୍ତାକାଲି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ରାଷ୍ଟ୍ରପତିଙ୍କ ଦିନିକିଆ ଗସ୍ତକୁ ନଜରରେ ରଖି କଟକଣା ଜାରି କରିଛନ୍ତି ଜିଲ୍ଲାପାଳ ।ରାଷ୍ଟ୍ରପତିଙ୍କ ଗସ୍ତକୁ ସଫଳ କରିବା ପାଇଁ ୬ ଜଣ ଏସ୍‌ପିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ୫୧ଜଣ ଇନ୍ସପେକ୍ଟର ନିୟୋଜିତ ହେବେ। ଏଥିସହ ୯ଜଣ ଅତିରିକ୍ତ ଏସ୍‌ପି, ୮ଶହ ହୋମଗାର୍ଡ ଏବଂ ୨ଶହରୁ ଊର୍ଦ୍ଧ୍ୱ ବିଭିନ୍ନ ପୋଲିସ କର୍ମଚାରୀ ଉପସ୍ଥିତ ରହିବେ। ବିମାନବନ୍ଦର ଅଂଚଳ , ଟ୍ରାଇବଲ ମ୍ୟୁଜିୟମ, ସର୍କିଟ ହାଉସ ସମେତ ମହାମହିମଙ୍କ ଗସ୍ତ ଥିବା ଅଂଚଳରେ ନୋ ଡ୍ରୋନ ଜୋନ ବପ୍ନୋ ଫ୍ଲାଇଂ ଜୋନ ଘୋଷଣା କରାଯାଇଛି । ସେସବୁ ଅଂଚଳରେ ଡ୍ରୋନ ବା ବିମାନ ଉଡାଣ କରିପାରିବ ନାହିଁ । ଏହି କଟକଣା ଆଗାମୀ ୨୨ ତାରିଖ ସକାଳ ପର୍ଯ୍ୟନ୍ତ ଲାଗୁ ରହିବ ।

You might also like