ଆଜି ଏହିସବୁ ଜିଲ୍ଲାରେ ଲାଗି ରହିବ ତାତିର ପ୍ରଭାବ

ଭୁବନେଶ୍ୱର (ରାଜ୍ୟକାହାଣୀ )ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷୁଛି। ପ୍ରଚଣ୍ଡ ତାତିରେ ଆଉଟୁ ପାଉଟୁ ହେଉଛି ଅଧା ଓଡ଼ିଶା।ଆସନ୍ତା ୨୩ ତାରିଖ ଯାଏଁ ଲାଗି ରହିବ ତାତିର ପ୍ରଭାବ। ଆଭ୍ୟନ୍ତରୀଣ ଓଡ଼ିଶାରେ ୩୮ ରୁ ୪୦ ଡିଗ୍ରୀ ଟପିପାରେ ତାତି। ୨ରୁ ୩ ଡିଗ୍ରୀ ବଢ଼ିପାରେ ଦିନ ତାପମାତ୍ରା । ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ନୂଆପଡ଼ା ଓ ସମ୍ବଲପୁର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ।ପାଣିପାଗ ବିଭାଗ ସତର୍କ କରାଇ ଦେଇଛି, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ କିଛି ପରିବର୍ତନ ସମ୍ଭାବନା ନାହିଁ । ପ୍ରତିଦିନ କିଛି କିଛି ଜାଗାରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । ତଥାପି ରାଜ୍ୟରେ ଜାରି ରହିବ ତାତିର ପ୍ରହାର । ପାଣିପାଗ ବିଭାଗ ଆକଳନ ଅନୁସାରେ, ସୋମବାର ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲାର ରାତିରେ ବି ଅସ୍ତ୍ରଭାବିକ ଗରମ ଅନୁଭୂତ ହେବ । ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲା ଉପରେ ବିଭିନ୍ନ ସ୍ଥାନରେ ଗରମ ସହ ଗୁଳୁଗୁଳି ଲାଗି ରହିବ। କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାର ୧/୨ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। କେତେକ ଜାଗାରେ ପବନ ଆଶଙ୍କା ଅଛି।

You might also like