ରିଲିଜ ହେଲା ‘ଭୂତ ବଙ୍ଗଲା’! ୧୬ ବର୍ଷ ପରେ ଏକାଠି ହେଲେ ଅକ୍ଷୟ କୁମାର ଓ ପ୍ରିୟଦର୍ଶନ

ରିଲିଜ ହୋଇଯାଇଛି ଅକ୍ଷୟ କୁମାରଙ୍କ ଅଭିନୀତ ସିନେମା ‘ଭୂତ ବଙ୍ଗଲା’ । ସିନେମାଟି ଭରପୁର କମେଡି ସହିତ ସସ୍ପେନ୍ସ ଓ ହରର୍କୁ ସଠିକ ପରିମାଣରେ ମିଶ୍ରଣ କରି ଦର୍ଶକଙ୍କ ମନୋରଞ୍ଜନ କରିବାରେ ସଫଳ ହୋଇଛି ବୋଲି କୁହାଯାଉଛି ।

ଏହାରି ମଧ୍ୟରେ ‘ଭୂତ ବଙ୍ଗଳା’ ପେଡ୍ ପ୍ରିଭ୍ୟୁରେ ଭଲ ପ୍ରତିକ୍ରିୟା ହାସଲ କରିଛି । ଏହା ରିଲିଜ୍ ପୂର୍ବରୁ ପେଡ୍ ପ୍ରିଭ୍ୟୁ ଶୋ’ରୁ ୩.୫୦ କୋଟି ରୋଜଗାର କରିଛି । ତେଣୁ, ଫିଲ୍ମଟି ଏକ ଦମଦାର ଓପନିଂ କରିବ ବୋଲି ଆଶା କରାଯାଉଛି। ଏହା ପ୍ରଥମ ଦିନରେ ୧୩ କୋଟି ଅତିକ୍ରମ କରିପାରେ ବୋଲି ଅନୁମାନ କରାଯାଉଛି ।ହରର-କମେଡି ଫିଲ୍ମ “ଭୂତ ବଙ୍ଗଳା” ସହିତ ସିନେମା ହଲକୁ ଫେରିଛନ୍ତି ଅକ୍ଷୟ କୁମାର । ଏହି ଫିଲ୍ମକୁ ୨୦୨୬ର ସବୁଠାରୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଉଛି । ପ୍ରାୟ ୧୬ ବର୍ଷ ପରେ ଅକ୍ଷୟ ଏବଂ ପ୍ରିୟଦର୍ଶନଙ୍କ ଯୋଡ଼ିକୁ ଏକାଠି ଦେଖିବାକୁ ମିଳିଛି। ଫିଲ୍ମର ପ୍ରିଭ୍ୟୁ ଗତକାଲି ହୋଇଥିବା ବେଳେ ଦର୍ଶକଙ୍କ ସିନେମାକୁ ନେଇ କିଛି ପ୍ରତିକ୍ରିୟା ଦେଖିବାକୁ ମିଳିଛି । ସିନେମାଟି ଭରପୁର କମେଡି ସହିତ ସସ୍ପେନ୍ସ ଓ ହରର୍କୁ ସଠିକ ପରିମାଣରେ ମିଶ୍ରଣ କରି ଦର୍ଶକଙ୍କ ମନୋରଞ୍ଜନ କରିବାରେ ସଫଳ ହୋଇଛି ବୋଲି କୁହାଯାଉଛି । କିଛି ଦର୍ଶକ ଏହାକୁ ମଜାଦାର୍ ଭୂତିଆ ଫିଲ୍ମ କହୁଥିବା ବେଳେ କିଛି ଦର୍ଶକ ସିନେମାର ଗତିଶୀଳତାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ।

You might also like