ଦିଲ୍ଲୀ ବିମାନ ବନ୍ଦରରେ ସ୍ପାଇସଜେଟ୍ ଓ ଆକାଶ ଏୟାର ମଧ୍ୟରେ ଧକ୍କା

ଦିଲ୍ଲୀ ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । ଅପରାହ୍ନ ପ୍ରାୟ ୨:୧୫ ସମୟରେ ସ୍ପାଇସଜେଟର ଏକ ବିମାନ ରନୱେରେ ଟ୍ୟାକ୍ସିଂ କରୁଥିବା ବେଳେ ସେଠାରେ ସ୍ଥିର ଛିଡ଼ା ହୋଇଥିବା ଆକାଶ ଏୟାରର ଏକ ବିମାନକୁ ଧକ୍କା ଦେଇଥିଲା। ଏହି ସାମାନ୍ୟ ଦୁର୍ଘଟଣାରେ ଉଭୟ ବିମାନ କିଛି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସୌଭାଗ୍ୟବଶତଃ କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟ ଆହତ ହୋଇନାହାନ୍ତି। ସ୍ପାଇସଜେଟର ପ୍ରବକ୍ତା କହିଛନ୍ତି, ଦିଲ୍ଲୀ ଏୟାରପୋର୍ଟରେ ଟ୍ୟାକ୍ସି କରୁଥିବା ବେଳେ ସ୍ପାଇସଜେଟ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ତେଣୁ ବିମାନର ଡାହାଣ ୱିଙ୍ଗ ଏବଂ ଅନ୍ୟ ବିମାନର ହରିଜେଣ୍ଟାଲ ଷ୍ଟେବଲାଇଜର କ୍ଷତିଗ୍ରସ୍ତ ହୋଇଛି । ସ୍ପାଇସଜେଟ ବିମାନକୁ ଦିଲ୍ଲୀରେ ରୋକିଦିଆଯାଇଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ୩ ଫେବୃଆରୀରେ ମୁମ୍ବାଇ ଏୟାରପୋର୍ଟରେ ଏଭଳି ଏକ ଘଟଣା ଘଟିଥିଲା । ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ବିମାନ ଏଭଳି ଧକ୍କା ହୋଇଥିଲା ।

You might also like