ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଛୁଟି ନିଷ୍ପତ୍ତି ନିଆଯିବ 

ଖରାଛୁଟିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦଗଣ୍ଡ ବଡ ବୟାନ ଦେଇଛନ୍ତି ।ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଛୁଟି ନିଷ୍ପତ୍ତି ନିଆଯିବ । ଯେଉଁ ଜିଲ୍ଲାରେ ଅସହ୍ୟ ଗରମ ସେହି ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ନିଷ୍ପତ୍ତି ନିଆଯିବ ।ପିଲାମାନଙ୍କ ସୁରକ୍ଷାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଛୁ । ପଶ୍ଚିମ ଓଡିଶାରେ କିଛି ଜିଲ୍ଲାରେ ଅତ୍ୟଧିକ ଗରମ ନେଇ ସୂଚନା ରହିଛି, ତାହାକୁ ମଧ୍ୟ ବିଚାରକୁ ନେଇଛି ବିଭାଗ ।

ସେହି ଜିଲ୍ଲାଗୁଡିକର ଜିଲ୍ଲାପାଳମାନେ ରିପୋର୍ଟ ଦେଲେ ବିଭାଗ ନିଷ୍ପତି ନେବ । ଏସଆରସି ହିଟ ୱେଭକୁ ନେଇ ବୈଠକ ଡାକି ସମୀକ୍ଷା କରିବା ପରେ ହିଁ ଖରା ଛୁଟି ପାଇଁ ନିଷ୍ପତି ନିଆଯିବ । ତେଣୁ ଏସଆରସିଙ୍କ ମିଟିଂ ପରେ ହିଁ ସ୍କୁଲ ଛୁଟି ନିଷ୍ପତ୍ତି ନିଆଯିବ ।

You might also like