ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେଡି ସୁପ୍ରିମୋ ,୪୮ ଘଣ୍ଟାରେ ଡକାଯାଉ ବିଧାନସଭା ସ୍ବତନ୍ତ୍ର ଅଧିବେଶନ

ଭୁବନେଶ୍ୱର (ରାଜ୍ୟକାହାଣୀ )ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି ।ନୂଆ ସୀମା ପୁନଃନିର୍ଦ୍ଧାରଣ (Delimitation)  ପ୍ରସଙ୍ଗ ଉଠାଇ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଚ୍ଚନାୟକ । ୪୮ ଘଣ୍ଟା ଭିତରେ ସ୍ୱତନ୍ତ୍ର ଅଧିବେଶନ ପାଇଁ ପ୍ରସ୍ତାବ ଦେଲେ ।ନବୀନଙ୍କ କହିବା ଅନୁଯାୟୀ, କେନ୍ଦ୍ର ସରକାର ଆଣିବାକୁ ଯାଉଥିବା ‘ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍, ୨୦୨୬’ ଦ୍ୱାରା ଲୋକସଭା ଆସନ ସଂଖ୍ୟା ୮୫୦କୁ ବୃଦ୍ଧି ପାଇଲେ ମଧ୍ୟ ଓଡ଼ିଶାର ସାମଗ୍ରିକ ପ୍ରତିନିଧିତ୍ୱ ହ୍ରାସ ପାଇବ। ବର୍ତ୍ତମାନ ସଂସଦରେ ଓଡ଼ିଶାର ଅଂଶଧନ ୩.୯% ଥିବା ବେଳେ ଏହା ୩.୪%କୁ ଖସି ଆସିବ, ଯାହାକି ରାଜ୍ୟର ରାଜନୈତିକ କ୍ଷମତାରେ ପ୍ରାୟ ୧୫% କ୍ଷତି ବୋଲି ସେ ଦର୍ଶାଇଛନ୍ତି। ଜନସଂଖ୍ୟା ନିୟନ୍ତ୍ରଣ ଓ ବିକାଶ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବା ଓଡ଼ିଶା ଭଳି ପ୍ରଗତିଶୀଳ ରାଜ୍ୟକୁ ଏହାଦ୍ୱାରା ଦଣ୍ଡିତ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।। ଅନ୍ୟପଟେ ଡିଲିମିଟେସନ ବିଲକୁ ସଂସଦରେ ବିରୋଧ କରିବ ଇଣ୍ଡିିଆ ବ୍ଲକ । ଇଣ୍ଡିଆ ବ୍ଲକର ବୈଠକ ପରେ ସୂଚନା ଦେଲେ ମଲ୍ଲିକାର୍ଜୁନ ଖଡଗେ । ଗଣତାନ୍ତ୍ରିକ ପ୍ରତିନିଧିତ୍ୱକୁ ଦୁର୍ବଳ କରିବା ଆଶଙ୍କା ରହିଛି କହିଲେ ଖଡଗେ । ଆମେ ସମସ୍ତେ ମହିଳା ସଂରକ୍ଷଣ ବିଲ ପକ୍ଷରେ ଅଛୁ । କିନ୍ତୁ ସେମାନେ ଯେଉଁ ଢଙ୍ଗରେ ଏହାକୁ ଆଣିଛନ୍ତି, ସେଥିରେ ଆପତ୍ତି ଅଛି । ବିରୋଧୀ ଦଳଗୁଡିକୁ ଦମନ କରିବା ପାଇଁ ସରକାର ଏହା କରୁଛନ୍ତି ।

You might also like