୧୮୦ ପୀଡିତାଙ୍କ ୩୫୦ ଅଶ୍ଳୀଳ ଭିଡିଓ ଭାଇରାଲ। ଅଭିଯୁକ୍ତ ଗିରଫ
୧୮୦ ପୀଡିତାଙ୍କ ୩୫୦ ଅଶ୍ଳୀଳ ଭିଡିଓ ଭାଇରାଲ।ଅଶ୍ଲୀଳ ଭିଡିଓ କରିଥିବା ଅଭିଯୋଗରେ ଗିରଫ ହୋଇଛି ଯୁବକ ଅୟାନ । ଅମରାବତୀରୁ ଅୟାନ ଅହମଦକୁ ଗିରଫ ପରେ ତାର ଘରେ ବୁଲୁଛି ବୁଲଡୋଜର୍ ।ପୋଲିସ ଏହି ମାମଲାରେ ଦ୍ୱିତୀୟ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ନାଁ ଉଜେର ଇକବାଲ ଖାନ। ତଦନ୍ତରୁ ଜଣାପଡିଛି ଯେ ମୁଖ୍ୟ ଅଭିଯୁକ୍ତ ଆୟାନ ଅହମଦଙ୍କ ସହିତ ଉଜେର ମୋବାଇଲ ଫୋନରୁ ଭିଡିଓ ଡାଉନଲୋଡ୍ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ପୋଲିସ ଅନୁଯାୟୀ, ଉଜେର ଖାନଙ୍କୁ ପଚରାଉଚରା କରାଯାଉଛି। ତାଙ୍କୁ କୋର୍ଟରେ ହାଜର କରାଯିବ। ପୋଲିସ ହେପାଜତ ରିମାଣ୍ଡ ସମୟରେ ତାଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିବ ବୋଲି ଆଶା କରାଯାଉଛି। ଅଭିଯୋଗ ଅନୁସାରେ, ପରତୱାଡ଼ାର ଅୟାନ ଅହମଦ ଝିଅମାନଙ୍କୁ ପ୍ରଥମେ ପ୍ରେମ ଜାଲ୍ରେ ଫସାଉଥିଲା । ଏହାପରେ ମୁମ୍ବାଇ ଏବଂ ପୁଣେକୁ ଡାକି ଆଣି ସୁଟ୍ କରିଥିଲା ଅଶ୍ଳୀଳ ଭିଡିଓ । ଆଉ ପରବର୍ତ୍ତୀ ସମୟରେ ଉକ୍ତ ଭିଡିଓ ଜରିଆରେ ଝିଅମାନଙ୍କୁ ବ୍ଲାକମେଲ୍ କରୁଥିଲା । ସେମାନଙ୍କ ଅନୈତିକ କାର୍ଯ୍ୟ ପାଇଁ ବାଧ୍ୟ କରୁଥିଲା ଅୟାନ ଅହମଦ ।ଏଥିପାଇଁ ଡିଜିଟାଲ୍ ଜାଲ୍ ବିଛାଇଥିଲା ଅୟାନ ଅହମଦ । ବିଶେଷକରି ହ୍ଵାଟ୍ସଆପ୍ ଓ ସ୍ନାପଚାଟ ଗ୍ରୁପ୍ ଜରିଆରେ ସେ ନାବାଳିକାଙ୍କୁ ଟାର୍ଗେଟ୍ କରୁଥିଲା । ଏନେଇ ରାଜ୍ୟସଭା ସାଂସଦ ଅନୀଲ ବୋନ୍ଦେ, ପୋଲିସ ନକଟରେ ଅଭିଯୋଗ କରିଛନ୍ତି ।
ପୋଲିସ ଅୟାନ ଅହମଦକୁ ଗିରଫ କରିବା ପରେ ମୁସଲିମ୍ ସମ୍ପ୍ରଦାୟର ଲୋକେ ଥାନାକୁ ଯାଇ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏପରିକି ଏହା ଦ୍ଵାରା ମୁସଲମାନ ସମ୍ପ୍ରଦାୟର ସମ୍ମାନକୁ କ୍ଷତି ପହଞ୍ଚାଇବାକୁ ପ୍ରୟାସ କରୁଥିବା ଅଭିଯୋଗ କରିଛନ୍ତି ।ପୋଲିସ ଅଧିକାରୀମାନେ କହିଛନ୍ତି ଯେ ଏହି ତଦନ୍ତ ଅତ୍ୟନ୍ତ ସମ୍ବେଦନଶୀଳ, ତେଣୁ ପୀଡିତାଙ୍କ ପରିଚୟ ଗୋପନୀୟ ରଖାଯାଉଛି। ପୀଡିତାମାନେ ଯେପରି କୌଣସି ଚାପ ବିନା କଥା କହିପାରିବେ ତାହା ନିଶ୍ଚିତ କରିବା ପାଇଁ ମହିଳା ପୋଲିସ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି। ଏହି ମାମଲାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି କିଛି ତଥ୍ୟ ଡିଲିଟ୍ କରାଯାଇଛି। ପୋଲିସ ସାଇବର ଦଳ ଏବେ ଏହାକୁ ପୁନରୁଦ୍ଧାର କରିବା ପାଇଁ କାମ କରୁଛି। ଏହା ଦ୍ୱାରା ଆହୁରି ଅନେକ ତଥ୍ୟ ପ୍ରକାଶ ପାଇପାରେ ବୋଲି ବିଶ୍ୱାସ କରାଯାଉଛି।ଅଭିଯୋଗ ଅନୁସାରେ, ଅୟାନ ଅହମଦ ପୂର୍ବରୁ AIMIMର କାର୍ଯ୍ୟକର୍ତ୍ତା ଥିଲେ । ଏବେ ମାମଲା ସାମ୍ନାକୁ ଆସିବା ପରେ ଅୟାନ ଅହମଦ ତାର ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଭିଡିଓ ଡିଲିଟ୍ କରି ଦେଇଛି । ପୋଲିସ ଅୟାନ ଅହମଦକୁ ଗିରଫ କରିବା ସହ ୭ ଦିନ ଲାଗି କୋର୍ଟଙ୍କ ଅନୁମତି କ୍ରମେ ହେପାଜତକୁ ନେଇଛି । ଅୟାନ ଅହମଦର ମୋବାଇଲ୍ ଫୋନ୍ ଜବତ ହୋଇଥିବା ବେଳେ ମିଳିଛି ଆପତ୍ତିଜନକ ଭିଡିଓ ।ଏହି ମାମଲାରେ ପୋଲିସ ଅୟାନ ଅହମଦ ସହ ଉଜେର ଖାନଙ୍କୁ ଗିରଫ କରିଛି । ଅୟାନ ଅହମଦ ଆଉ କେଉଁ ବନ୍ଧୁ ଓ ଅପରାଧୀ ସିଣ୍ଡିକେଟ୍ ସହ ଭିଡିଓ ସେୟାର୍ କରିଛି ତାର ଖୋଳତାଡ଼ କରୁଛି ସାଇବର ସେଲ୍ ।