ଲୋକପ୍ରିୟ ଗାୟିକା ଆଶା ଭୋସଲେଙ୍କ ପରଲୋକ
ଲୋକପ୍ରିୟ ଗାୟିକା ଆଶା ଭୋସଲେଙ୍କ ପରଲୋକ । ୯୨ ବର୍ଷ ବୟସରେ ଆଖି ବୁଜିଲେ ଆଶା ଭୋସଲେ । ଗତକାଲି ଏପ୍ରିଲ ୧୧ ଶନିବାର ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସଙ୍ଗୀତ ଜଗତରେ ୭୦ ବର୍ଷରୁ ଅଧିକ ସମୟର ଅଭିଜ୍ଞତା ରହିଛି ।ସେ ବିଭିନ୍ନ ଭାଷା ଏବଂ ଧାରାରେ ଅସଂଖ୍ୟ ଗୀତ ଗାଇଛନ୍ତି ।ସେ ପଦ୍ମ ବିଭୂଷଣ ଭଳି ଅନେକ ସମ୍ମାନ ଲାଭ କରିଛନ୍ତି । ସେ ୧୯୩୩ ସେପ୍ଟେମ୍ବର ୮ରେ ସେ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମଗ୍ରହଣ କରିଥିଲେ।ସ୍ବର୍ଗତ ଲତା ମଙ୍ଗେସକରଙ୍କ ସାନ ଭଉଣୀ ହେଉଛନ୍ତି ଆଶା। ସେ ୨୦୦୦ ମସିହାରେ ଆଶାଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ମିଳିଥିଲା । ୨୦୦୮ରେ ସେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ