ରାଜ୍ୟସଭା କ୍ରସ ଭୋଟିଂକୁ ନେଇ ବର୍ଷିଲେ ବିଜେଡି ନେତା ସମ୍ବିତ ରାଉତରାୟ

ଭୁବନେଶ୍ୱର (ରାଜ୍ୟକାହାଣୀ )୨୦୨୪ ନିର୍ବାଚରେ ମନଇଚ୍ଛା ଟିକେଟ୍ ବାଣ୍ଟିଥିଲା ବିଜେଡି। ନବୀନଙ୍କ ପ୍ରତି ନିଷ୍ଠାବାନ ଥିବା ବ୍ୟକ୍ତିଙ୍କୁ ଦିଆଯାଇନଥିଲା ଟିକେଟ୍ । କଂଗ୍ରେସ ନୀତି ଆଦର୍ଶ ରଖିଥିବା ପ୍ରାର୍ଥୀଙ୍କୁ ଟିକେଟ ବଣ୍ଟାଯାଇଥିବା ନେଇ ସଂଗୀନ ଅଭିଯୋଗ ଆଣିଲେ ବିଜେଡି ନେତା ସମ୍ବିତ ରାଉତରାୟ। ମିଛ ସତ କହି କିଏ ନିଷ୍ପତ୍ତି ନେଇଥିଲା, ଟିକେଟରେ ପାତର ଅନ୍ତର କାହିଁକି । ବିଜେଡି ନୀତି ଆଦର୍ଶ ଜାଣି ନଥିବା ଲୋକଙ୍କୁ ଟିକେଟ ଦେବାରୁ ରାଜ୍ୟସଭା ଫଳ । ନେତା ରାଜ୍ୟସଭା ନିର୍ବାଚନରେ ଘୋଡା ଭଳି ବିକ୍ରି ହୋଇଗଲେ । ଆମେ କଠିନ ରାସ୍ତାରେ ଯାଉଛୁ, ନବୀନଙ୍କ ନେତୃତ୍ୱରେ ଦଳ ଦୃଢ ହେବ । ସୁଧୁରି ଯାଆନ୍ତୁ , ନଚେତ ନବୀନ ବାବୁ ମୂଷାଙ୍କୁ ବିଦା କରିବେ ।ସେପଟେ ସମ୍ବିତଙ୍କ ବୟାନକୁ କାଉଣ୍ଟର କରିଛନ୍ତି ଖୋଦ୍ ବିଜେଡି ବିଧାୟକ ସାରଦା ଜେନା। କହିଛନ୍ତି, ୨୦୨୪ରେ ମନଇଚ୍ଛା ଟିକେଟ୍ ବଣ୍ଟନ ହୋଇନାହିଁ। ଘୋଡା ବେପାର ସହିତ ଟିକେଟର କୌଣସି ସମ୍ପର୍କ ନାହିଁ।

You might also like