ସଂସଦୀୟ ଦଳ ନେତା ପଦରୁ ସସ୍ମିତଙ୍କ ଇସ୍ତଫା

ଭୁବନେଶ୍ୱର (ରାଜ୍ୟକାହାଣୀ )ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା। ଇସ୍ତଫା ପତ୍ର ବିଜେଡି ସଭାପତି ନବୀନଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର।ଇସ୍ତଫାର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନ ଥିଲେ ମଧ୍ୟ, ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।ସସ୍ମିତ ପାତ୍ରଙ୍କ ଇସ୍ତଫା ପରେ ଏବେ ରାଜ୍ୟ ସଭାରେ ଦଳର ନେତୃତ୍ୱ କିଏ ନେବ, ସେ ନେଇ ଆଲୋଚନା ଆରମ୍ଭ ହେଉଛି। ନିକଟରେ ବିଜୁ ବାବୁଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସେ ସଂସଦର ଏକ କମିଟିର ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। କିନ୍ତୁ ଏବେ ଦଳର ଆଭିମୁଖ୍ୟ ପ୍ରତି ଅସନ୍ତୁଷ୍ଟ ବ୍ୟକ୍ତ କରି ସେ ନିଜ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି।

You might also like