୫ କେଜି LPG ସିଲିଣ୍ଡର ଯୋଗାଣ ଏବଂ ବଣ୍ଟନକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦେଶରେ ଏଲ୍‌ପିଜି ଗ୍ୟାସ୍ ସଙ୍କଟ ଦେଖା ଦେଇଥିବା ବେଳେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପ୍ରବାସୀ ଶ୍ରମିକଙ୍କ ପାଇଁ ଦୈନିକ ୫ କିଲୋଗ୍ରାମ FTL ଗ୍ୟାସ ସିଲିଣ୍ଡର ଯୋଗାଣକୁ ଦ୍ୱିଗୁଣିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାଫଳରେ ପ୍ରବାସୀ ଶ୍ରମିକ, ଛାତ୍ର, ଦିନ ମଜୁରିଆ ଶ୍ରମିକ ଏବଂ ଯେଉଁମାନଙ୍କର ସ୍ଥାୟୀ ଠିକଣା ନାହିଁ ସେମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ।ବିଭାଗର ସଚିବ ଡକ୍ଟର ନୀରଜ ମିତ୍ତଲ ସମସ୍ତ ରାଜ୍ୟକୁ ଏକ ଚିଠି ପଠାଇ କହିଛନ୍ତି ଯେ ରାଜ୍ୟ ସରକାରମାନେ OMC ସହାୟତାରେ ସିଭିଲ ଯୋଗାଣ ବିଭାଗ ମାଧ୍ୟମରେ ଏହି ଯୋଗାଣ ସୁନିଶ୍ଚିତ କରିବା ଉଚିତ, ଯାହା ଦାରା ଆବଶ୍ୟକ ସମୟରେ ଗ୍ୟାସ ପହଞ୍ଚିପାରିବ।

You might also like