ଫଟୋର ଦାମ୍ ୧୬୭ କୋଟି, ରେକର୍ଡ ଭାଙ୍ଗିଲା ‘ଯଶୋଦା ଏବଂ କୃଷ୍ଣ’ ପେଣ୍ଟିଂ

ଫଟୋର ଦାମ୍ ୧୬୭ କୋଟି । ରେକର୍ଡ ଭାଙ୍ଗିଲା ପ୍ରସିଦ୍ଧ ଭାରତୀୟ ଚିତ୍ରଶିଳ୍ପୀ ରାଜା ରବି ବର୍ମାଙ୍କ ‘ଯଶୋଦା ଏବଂ କୃଷ୍ଣ’ ପେଣ୍ଟିଂ ।ଏହାକୁ ଶିଳ୍ପପତି ସାଇରସ୍ ପୁନୱାଲା କିଣିଥିଲେ। ଏହି ଚିତ୍ରକଳାଟି ପ୍ରାୟ ୧୩୦ ବର୍ଷ ପୁରୁଣା।  ଏହା ୧୮୯୦ ଦଶକରେ ଚିତ୍ରିତ ହୋଇଥିଲା।  ଏହା ମାତା ଯଶୋଦା ଏବଂ ଶିଶୁ କୃଷ୍ଣଙ୍କ ମଧ୍ୟରେ ପ୍ରେମକୁ ଚିତ୍ରଣ କରିଥାଏ। ଯାହାକୁ ଭାରତୀୟ ସଂସ୍କୃତିରେ ମାଆ-ଶିଶୁ  ସମ୍ପର୍କର ସବୁଠାରୁ ସୁନ୍ଦର ପ୍ରତୀକ ଭାବରେ ବିବେଚନା କରାଯାଏ। ରାଜା ରବି ବର୍ମାଙ୍କୁ “ଆଧୁନିକ ଭାରତୀୟ କଳାର ଜନକ” ବୋଲି କୁହାଯାଏ।ଏହି ଚିତ୍ରଟି ପୂର୍ବରୁ ଏମଏଫ୍ ହୁସେନଙ୍କ ଅନଟାଇଲଡ୍ ଗ୍ରାମ ଯାତ୍ରା ଫଟୋର ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଛି । ହୁସେନଙ୍କ ଫଟୋଚିତ୍ର ଗତବର୍ଷ ୧୧୮ କୋଟି ଟଙ୍କାରେ ବିକ୍ରି ହୋଇଥିଲା ।

You might also like