ପୁଅର ମୃତ୍ୟୁ କୁ ନେଇ,,,,,ମା,ର ଆକୁଳ ନିବେଦନ,ମତେ ଉଚିତ ନିୟ୍ଯାୟ ମିଳୁ

ବାହାନଗା(ରାଜ୍ୟକାହାଣୀ) ବାଲେଶ୍ୱର ଜିଲ୍ଲା, ଗୋପାଳପୁର ଥାନା ଅଞ୍ଚଳର କୁରୁଣିଆ ଗାଁ ର ଜୀବନଜ୍ୟୋତି ମହାରଣା, (ପପୁନ)ଙ୍କ ମୃତ୍ୟୁ ଘଟଣା କୁ ନେଇ ପୋଷ୍ଟମର୍ଟମ୍ ରିପୋର୍ଟ ଆଧାରରେ ଘଟଣାଟି ହତ୍ୟା ମାମଲାର ରୂପ ନେଇଥିଲା , ଘଟଣା ପ୍ରକାଶ ଥାଉକି,ଗତ ଡିସେମ୍ବର ୧୪ ତାରିଖରେ ଘଟିଥିବା ଏହି ଘଟଣାକୁ ପ୍ରଥମେ ଗୋପାଳପୁର ଥାନାରେ, ପୋଲିସ ,UD କେସ୍ ଭାବେ ମାମଲା ,ରୁଜୁ କରିଥିଲା ,ପରେ ପୋଷ୍ଟମର୍ଟମ୍ ରିପୋର୍ଟରେ ମୃତ୍ୟୁଟି ହତ୍ୟା ହେବା ସ୍ପଷ୍ଟ ହେବା ପରେ, ମାର ଏଫେୟାର ମୂଳେ IPC ଧାରା 302 ଓ 34 ଅନୁଯାୟୀ ମର୍ଡର କେସ୍ ରୁଜୁ କରାଯାଇଥିଲା।ଏହି ଘଟଣାରେ ପୁଲିସ ପକ୍ଷରୁ ତଦନ୍ତ , କରି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ବେହେରା ଏପର୍ଯ୍ୟନ୍ତ ଫେରାର ରହିଥିବା ଅଭିଯୋଗ ହେଉଛି। ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ନ ହେବାକୁ ନେଇ ପରିବାର ସଦସ୍ୟ ଓ ଅଞ୍ଚଳବାସୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଘଟଣାର ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଗିରଫ ନ ହେବା ପ୍ରତିବାଦରେ ଆଜି ମୃତକ ଜୀବନଜ୍ୟୋତି ମହାରଣାଙ୍କ ମା’ଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଏକ ପ୍ରେସମିଟ୍ ଆୟୋଜନ କରିଥିଲେ। ପ୍ରେସମିଟ୍‌ରେ ଜଣେ ମା’ ଆଖିରେ ଲୁହ ନେଇ କହିଥିଲେ ଯେ ତାଙ୍କ ପୁଅକୁ ହତ୍ୟା କରାଯିବାର ତିନି ମାସ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ଗିରଫ ନ ହେବା ଅତ୍ୟନ୍ତ ଦୁଃଖଦ ଓ ଦୁର୍ଭାଗ୍ୟଜନକ ଘଟଣା।ପ୍ରେସମିଟ୍‌ରେ ପରିବାର ଓ ଗ୍ରାମବାସୀମାନଙ୍କ ପକ୍ଷରୁ ମୁଖ୍ୟତଃ ନିମ୍ନଲିଖିତ ଦାବି ଉଠାଯାଇଥିଲାIମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ବେହେରାଙ୍କ ଶୀଘ୍ର ଗିରଫ ସହିତ ଘଟଣାରେ ଜଡିତ ସମସ୍ତ,ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ, ପୋଲିସ କଆଇନି ଅନୁଯାୟୀ, କଠୋର , ଦଣ୍ଡ ରକାର୍ଯ୍ୟାନୁଷ୍ଠାନ, ନେବା ପାଇଁ ପରିବାର ସଦସ୍ୟ ମାନେ , ତଥା ମା ଅଭିଯୋଗ କରିଥିଲେ, ଏଥିସହିତ ପରିବାର ଅନ୍ୟ ସଦସ୍ୟଙ୍କୁ ପୋଲିସ ପକ୍ଷରୁ ସହାୟତା, ସହିତ ଘଟଣା ନିରପେକ୍ଷ ତଦନ୍ତ ପାଇଁ ଦାବି କରିଥିଲେI

You might also like