ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ
ଭୁବନେଶ୍ୱର (ରାଜ୍ୟକାହାଣୀ )ଲାଞ୍ଚ ନେଇ ଧରା ପଡିଲେ ଟ୍ରେଜେରୀ କର୍ମଚାରୀ । ନୟାଗଡ଼ ଖଣ୍ଡପଡା ସଵ ଟ୍ରେଜେରୀ କର୍ମଚାରୀ ସରୋଜ ସାହୁ । ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ ।ଜଣେ ପେନସନଭୋଗୀଙ୍କ ସପକ୍ଷରେ ପେନସନଭୋଗୀଙ୍କଠାରୁ ୩ ହଜାର ଲାଞ୍ଚ ଦାବି କରିବା ଏବଂ ନେବା ସମୟରେ ଧରାପଡିଛନ୍ତି ।ଲାଞ୍ଚ ଦାବି କରି ସେ କହିଥିଲେ ଯେ, ଯଦି ତାଙ୍କୁ ଦାବି କରାଯାଇଥିବା ଲାଞ୍ଚ ପ୍ରଦାନ କରାନଯାଏ, ତେବେ ସେ ବିଲ୍ ପାସ୍ କରିବାରେ ବାଧା ଦେବେ। ଲାଞ୍ଚ ଦାବିରେ ପୀଡିତ ହୋଇ ପେନସନଭୋଗୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରି ସବୁ କିଛି କହିଥିଲେ । ଏହା ପରେ ଆଜି ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ପେନସନଭୋଗୀଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ବାନ୍ଧିଛି ଭିଜିଲାନ୍ସ ବିଭାଗ । ପରେ ଭିଜିଲାନ୍ସର ୫ଜଣିଆ ଟିମ୍ ଖଣ୍ଡପଡା ସହରରେ ଥିବା ସରୋଜଙ୍କ ବାସଭବନରେ ଖାନତଲାସି କରୁଛି ।