ମାଟି ତଳୁ ବାହାରୁଛି ରଙ୍ଗ ବେରଙ୍ଗର ମୂଲ୍ୟବାନ ପଥର

ଭୁବନେଶ୍ଵର ( ରାଜ୍ୟ କାହାଣୀ) ମାଟି ତଳୁ ବାହାରୁଛି ରଙ୍ଗ ବେରଙ୍ଗର ପୁଳା ପୁଳା ମୂଲ୍ୟବାନ ପଥର । ମାଟିରୁ ମୂଲ୍ୟବାନ ରତ୍ନ ପଥର ବାହାରୁଥିବା ସୂଚନା ମିଳିଛି । ବଘିଆପଡ଼ା ଫାଣ୍ଡି ଖୁଣ୍ଟିଆପଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏହି ଗାଁରେ ରାସ୍ତା କାମ ଚାଲିଥିବା ବେଳେ ଠିକାଦାର ମାଟି ଖୋଳି ଆଣି ରାସ୍ତାରେ ପକାଇଥିଲେ । ଆଉ ସେଇ ମାଟିରେ ଗାଁ ଲୋକ ଦେଖିବାକୁ ପାଇଥିଲେ ରତ୍ନପଥର । ଏହାକୁ ଦେଖି ପିଲାଠୁ ବୁଢା ସଭିଏଁ ମାଟି ଖୋଳିବାରେ ଲାଗି ପଡିଛନ୍ତି ।ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଖୁଣ୍ଟିଆପଡ଼ା ଗ୍ରାମ ଠାରୁ ଯୋଗୀଭୋଗୋରା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ସେହି ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ମାଟିରୁ ବିଭିନ୍ନ ପ୍ରକାରର ରଙ୍ଗ ବେରଙ୍ଗର ମୂଲ୍ୟବାନ ପଥର ବାହାରୁଥିବା ନେଇ ନିୟୋଜିତ ଶ୍ରମିକ ମାନେ ଦେଖିବାକୁ ପାଇଥିଲେ । ତେବେ ସେହି ସ୍ଥାନରୁ ବିଭିନ୍ନ ପ୍ରକାର ପଥର ବାହାରୁଥିବା ନେଇ ସବୁଠି ଚର୍ଚ୍ଚା ହେବା ପରେ ଏହା ମୂଲ୍ୟବାନ ପଥର ଏବଂ ରତ୍ନ ପଥର ବୋଲି ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହୋଇଥିବା ବେଳେ ଏବେ ସମଗ୍ର ଅଞ୍ଚଳବାସୀ ଲାଗି ପଡିଛନ୍ତି ପଥର ଖୋଜିବାରେ । ରତ୍ନ ପଥରର ମୂଲ୍ୟ କେଜି ପ୍ରତି ୨୫ଶହ ରୁ ୩ହଜାର ଟଙ୍କା ଦେଇ କିଣି ନେଉଛନ୍ତି ମାଫିଆ । ଅନ୍ୟପଟେ ପଥର ଗୁଡିକ କେଉଁ ପଥର ତାହା ଯାଞ୍ଚ ହେବା ଜରୁରୀ ରହିଥିବା ବେଳେ ଘଟଣା ସ୍ଥଳରେ ଏ ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାନ୍ତି ।

Leave A Reply

Your email address will not be published.

1 + 14 =