ପୂର୍ବ ଶତ୍ରୁତା ପାଇଁ ବଳି ପଡ଼ିଲା ତିନି ବର୍ଷର ଶିଶୁ । 

ଭୁବନେଶ୍ଵର ( ରାଜ୍ୟ କାହାଣୀ)  କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଖେଣ୍ଡରା ଠାରେ ଜଣେ ୩ ବର୍ଷର ଶିଶୁପୁତ୍ର ମୃତଦେହ ପଥର ଖୋଲରେ ପଡିଥିବା ଦେଖିବାକୁ ମିଳିଛି । ପାରିପାର୍ଶ୍ଵିକ ସ୍ଥିତିରୁ ଶିଶୁଟିକୁ ପଥରରେ ପିଟି ମାରିଦେଇଥିବା  ନେଇ ଆଶଙ୍କା କରାଯାଉଛି ।   ସୂଚନାମୁତାବକ ନହବେଡ଼ା ଗ୍ରାମର ଶ୍ରୀତମ ମୁଣ୍ଡା ନିଜ ବନ୍ଧୁ ଚନ୍ଦନ ମୁଣ୍ଡାଙ୍କ ସହ କୌଣସି କଥାକୁ ଝଗଡ଼ା ହୋଇଥିଲା । ଏହାକୁ ନେଇ ଭୀଷଣ ରାଗି ଯାଇଥିଲା ଶ୍ରୀତମ । ପରିଣାମ ସ୍ବରୂପ ଗତ ୨୬ ତାରିଖରେ ଚନ୍ଦନଙ୍କ ପୁଅକୁ କୋଳି ଦେବା ବାହାରରେ ବାହାରକୁ ଡାକି ନେଇଥିଲା । ଆଉ ସୁଯୋଗ ପାଇ ତିନି ବର୍ଷର ନିରୀହ ଶିଶୁକୁ ପଥରରେ ଛେଚି ଅତି ଅମାନୁଷିକ ଭାବେ ହତ୍ୟା କରିଛି ଶ୍ରୀତମ। ଘଟଣା ପରେ ଶିଶୁ ନିଖୋଜ ନେଇ ଝୁମ୍ପୁରା ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ପୁଲିସ ତଦନ୍ତ ଆରମ୍ଭ କରିଥିଲା ।

Leave A Reply

Your email address will not be published.

2 × 4 =