ଏଣିକି କରିପାରିବେ କୈଳାଶ ଯାତ୍ରା

ଭାରତ ଓ ଚୀନ୍‌ ପୁଣି ଥରେ କୈଳାଶ ମାନସରୋବର ଯାତ୍ରା ଆରମ୍ଭ କରିବାକୁ ସୋମବାର ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁସାରେ ଉଭୟପକ୍ଷ ସମ୍ପର୍କକୁ ‘ସ୍ଥିର ଓ ସ୍ଥାୟୀ’ କରିବା ପାଇଁ କିଛି ଜନ କେନ୍ଦ୍ରିକ ପଦକ୍ଷେପ ନେବାକୁ ମଧ୍ୟ ସହମତ ହୋଇଛନ୍ତି। ଏନେଇ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ଵାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଦୁଇ ଦେଶ ୨୦୨୫ ଗ୍ରୀଷ୍ମ ମାସ ଆଡକୁ କୈଳାଶ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ କରିବାକୁ ନିଷ୍ପତି ନେଇଛନ୍ତି । ଅକ୍ଟୋବରରେ କାଜାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ବୈଠକରେ ସହମତି ଅନୁଯାୟୀ, ଉଭୟ ପକ୍ଷ ଭାରତ-ଚୀନ୍ ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିତି ସମୀକ୍ଷା କରିଥିଲେ ଏବଂ ସମ୍ପର୍କକୁ ସ୍ଥିର ଏବଂ ସୁଦୃଢ଼ ​​କରିବା ପାଇଁ ଉପାୟଗୁଡ଼ିକ ଉପରେ ଆଲୋଚନା କରିଥିଲେ। ସମ୍ପର୍କ ପୁନଃସ୍ଥାପିତ କରିବା ପାଇଁ ଦୁଇ ପକ୍ଷ ଲୋକ-କୈନ୍ଦ୍ରିକ ପଦକ୍ଷେପ ନେବାକୁ ସହମତ ହୋଇଛି।

Leave A Reply

Your email address will not be published.

2 × two =