ଭୁବନେଶ୍ୱର(ରାଜ୍ୟକାହାଣୀ ) କୋଣାର୍କ ରେ ଏବେ ପର୍ଯ୍ୟଟକଙ୍କୁ ବିଭିନ୍ନ ପ୍ରକାର ଅଖାଦ୍ୟ ବିକ୍ରି ଚାଲିଛି, ସବୁଠାରୁ ବଡକଥା ଦେଶ ବିଦେଶର ପର୍ଯ୍ୟଟକଙ୍କୁ ପ୍ରତିଦିନ ଚଢାଦରରେ କାଜୁ ବିକୁଛନ୍ତି କାଜୁ ବେପାରୀ, କିଲୋ ପିଛା ୪ଶହ ୫୦ଟଙ୍କାରୁ ୮ଶହଟଙ୍କା ନେଉଥିବା ବେଳେ ସୂର୍ଯ୍ୟ ମନ୍ଦିର ସମୁଖରେ ଖୋଲା କାଜୁ ଦେଖାଇ ବା ବେଳେ ପ୍ୟାକେଟେ ଭିତରେ ରଖୁଛନ୍ତି ପୋକା କାଜୁ ପ୍ୟାକେଟେ ନିଳ ରଙ୍ଗରର ଥିବା ବେଳେ ମାତ୍ର ୫୦ ଗ୍ରାମ ଭଲକାଜୁ ରଖି ଲୁଟୁଛନ୍ତି ବେପାରୀ। ଯାହା ପାଇଁ କୋଣାର୍କ ସହ ପୁରୀ ଜିଲ୍ଲା ଓ ଓଡିଶାର ନା ଖରାପ ହେବାରେ ଲାଗିଛି। ସୂଚନା ଥାଉକି ଗତକାଲି ମଧ୍ୟ ପ୍ରଦେଶ ରୁ ୩ଟି ବସରେ ୧୫୦ ଶହ ବୃନ୍ଧବୃନ୍ଧା କୋଣାର୍କ ବୁଲିଆସିଥିବା ବେଳେ ସୂର୍ଯ୍ୟ ମନ୍ଦିର ସମୁଖରୁ ୫୦ ପ୍ୟାକେଟେ କାଜୁ କିଣିଥିଲେ। ସେମାନଙ୍କ ଠାରୁ ୪ଶହ ଟଙ୍କା ଲେଖାଏଁ ପ୍ରତି ପ୍ୟାକେଟେ ପିଛା ନେଇ କାଜୁ ଦେଇଥିଲା କୋଣାର୍କ ର କାଜୁ ବେପାରୀ। କୋଣାର୍କ ବୁଲି ପର୍ଯ୍ୟଟକ ମାନେ ଚନ୍ଦ୍ରଭାଗା ଠାରେ ରହଣି ସମୟରେ କାଜୁ ପ୍ୟାକେଟେ ଖୋଲି ଦେଖିବାକୁ ପାଇଥିଲେ ପ୍ୟାକେଟେ ଭିତରେ ପୋକା କାଜୁ, ଯାହା ସବୁ ଅଖାଦ୍ୟ ଯୋଗ୍ଯ ତେଣୁ ସେମାନେ କୋଣାର୍କ ଥାନାକୁ ଯୋଗାଯୋଗ କରିଥିଲେ ହେ। ସେମାନଙ୍କ ପାଖରେ କୈଣସି ପୋଲିସ ବା ସ୍ଥାନୀୟ ପ୍ରଶାସନ ପହଞ୍ଚି ନଥିବା ଦେଖି ଶେଷରେ ସେମାନେ ବହୁତ ଦୁଃଖରେ ଦେଖିବାକୁ ମିଳିଥିଲା।