କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଲେ ବିଜେଡିର ୩ ବିଧାୟକ

ରାଜ୍ୟକାହାଣୀ ( ଭୁବନେଶ୍ୱର )ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ନେଇ ବିଜେଡି ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲା। ଏହାର ଉତ୍ତର ରଖିଛନ୍ତି ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ରମାକାନ୍ତ ଭୋଇ ଓ ଚକ୍ରମଣୀ କହଁର । ସେମାନେ ଉତ୍ତରରେ ଲେଖିଛନ୍ତି କି, ଦଳ ଆମ ଉପରେ ଭିତ୍ତିହୀନ କାରଣ ଦର୍ଶାଅ ନୋଟିସ ଜାରି କରିଛି, ଏହା ବେଆଇନ ଓ ଦଳୀୟ ନେତୃତ୍ୱଙ୍କ ସ୍ୱେଚ୍ଛାଚାରିତା ବୋଲି ସେମାନେ କହିଛନ୍ତି । ୩ ବିଧାୟକ କହିଛନ୍ତି, ଆମେ କେବେ ବି ଦଳର ସଦସ୍ୟତା ପରିତ୍ୟାଗ କରିନାହୁଁ । ରାଜ୍ୟସଭା ନିର୍ବାଚନରେ ଆମେ ସ୍ୱାଧୀନ ମତଦାନ କରି କୌଣସି ଆଇନର ଉଲ୍ଲଘଂନ କରିନାହୁଁ । ଆମେ ଦଳର ନିର୍ଦ୍ଦେଶରେ ୧୫ ତାରିଖରେ ହୋଇଥିବା ଦଳୀୟ ବୈଠକ ନିଷ୍ପତ୍ତି ଉଲ୍ଲଘଂନ କରିଥିବା ନେଇ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । କାରଣ ଦର୍ଶାଅ ନୋଟିସରେ ଏପରି କିଛି ଉଲ୍ଲେଖ ନାହିଁ । ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନାଁରେ ଫୌଜଦାରୀ ମାମଲା ପାଇଁ ସେମାନେ ଚେତାବନୀ ଦେଇଛନ୍ତି। ରାଜ୍ୟ ସଭା ନିର୍ବାଚନରେ ଦଳୀୟ ହ୍ବିପ କାମ କରେ ନାହିଁ ବୋଲି ସେମାନେ ଦର୍ଶାଇଛନ୍ତି।ଅନ୍ୟପକ୍ଷେ ମୁଖ୍ୟ ସଚେତକ ହ୍ବିପ ଜାରି କରି ବେଆଇନ କାର୍ଯ୍ୟ କରିଛନ୍ତି ବୋଲି ସେମାନେ ଉତ୍ତର ରଖିଛନ୍ତି। ଭୋଟ ଦେବା ପାଇଁ କହିବା ଓ ବିରତ ପାଇଁ ପ୍ରବର୍ତ୍ତାଇବା ଦଣ୍ଡନୀୟ ଅପରାଧ ବୋଲି ସେମାନେ ଦର୍ଶାଇଛନ୍ତି।

You might also like