ଚୀନ ଯାଉଥିଲା ଋଷର ତୈଳବାହୀ ଜାହାଜ, ମଝି ସମୁଦ୍ରରେ କାହିଁକି ହେଲା ଭାରତ ମୁହାଁ ?

ଚୀନ ଅଭିମୁଖେ ଯାତ୍ରା କରୁଥିବା ରୁଷ୍‌ର ଏକ ତୈଳ ବୋଝେଇ ଦକ୍ଷିଣ ଚୀନ ସାଗରରେ ହଠାତ୍‌ ଗତିପଥ ପରିବର୍ତ୍ତନ କରି ଭାରତ ଆଡକୁ ମୁହାଁଇଥିବା ଜଣାପଡିଛି। ଏହି ଟ୍ୟାଙ୍କରଟି ଆସନ୍ତା ୨୧ରେ କର୍ଣ୍ଣାଟକର ମାଙ୍ଗାଲୋର ବନ୍ଦରରେ ପହଞ୍ଚିବ ବୋଲି କୁହାଯାଇଛି।ଏହି ସିପ୍‌ରେ ‘ୟୁରାଲ’ ତୈଳ ଆସୁଛି । ଯାହାକି ଜାନୁଆରୀ ଶେଷରେ ବାଲଟିକ୍ ବନ୍ଦରରୁ ବାହାରିଥିଲା । ଚୀନର ରିଜହାଓ ପହଞ୍ଚିବାର ଥିଲା ।ଏହା ଚୀନ୍‌ର ରିଜ୍‌ହାଓ ବନ୍ଦରରେ ତୈଳ ଅନଲୋଡ କରିବା କଥା। ତେବେ ଭାରତ ରୁଷ୍‌ରୁ ତେଲ କିଣିପାରିବ ବୋଲି ଆମେରିକା ସବୁଜ ସଙ୍କେତ ଦେବା ପରେ ଟ୍ୟାଙ୍କରଟି ଗତିପଥ ପରିବର୍ତ୍ତନ କରି ଭାରତ ଆଡକୁ ଯାତ୍ରା କରୁଛି।ଇରାନ ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଲାଗି ରହିଛି । ହର୍ମୁଜ ପ୍ରଣାଳୀ ଦେଇ କାର୍ଗୋ ସିପ୍ ଆସିପାରୁ ନାହିଁ । ଭାରତର ରିଫାଇନାରୀ ଗୁଡ଼ିକ ଋଷଠାରୁ ସପ୍ତାହକୁ ପ୍ରାୟ ୩୦ ମିଲିୟନ୍ ବ୍ୟାରେଲ୍ ଅଶୋଧିତ ତୈଳ କିଣୁଛନ୍ତି ।ସୁଏଜମ୍ୟାକ୍ସ ଜୋଉଜୋଉ ଏନ୍ ଅନୁସାରେ, ଭାରତର ସିକ୍କାରେ ଏହି ଜାହାଜ ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ପହଞ୍ଚିବ ।

You might also like