‘ଇ-କେୱାଇସି ସରିବା ର୍ପୂବରୁ ସରେଣ୍ଡର କରନ୍ତୁ’ ! ସରେଣ୍ଡର ନକଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। 

ଭୁବନେଶ୍ୱର(ରାଜ୍ୟକାହା)  ଅଯୋଗ୍ୟ ରାସନ୍‌ କାର୍ଡ ହିତାଧିକାରୀଙ୍କୁ ଯୋଗାଣ ମନ୍ତ୍ରୀଙ୍କ ତାଗିଦ୍। ମନ୍ତ୍ରୀ କହିଲେ, ‘ଅଯୋଗ୍ୟ ହିତାଧିକାରୀଙ୍କୁ ଅପିଲ୍‌ କରୁଛି ସରେଣ୍ଡର କରିଯାଆନ୍ତୁ। ସରେଣ୍ଡର ନକଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। କାର୍ଡ ସରେଣ୍ଡର କଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ। e-KYC ସରିବା ର୍ପୂବରୁ ସରେଣ୍ଡର କରନ୍ତୁ, ଡେଡଲାଇନ ନାହିଁ। କଟକରେ ଏଭଳି ୧୦ ହଜାର ୭ଶହ ପରିବାରର ସଦସ୍ୟ ବେଆଇନ ଭାବେ ରାସନ ପାଉଥିବା ବେଳେ ସେମାନେ ଏବେ ତାଲିକାରୁ ବାଦ୍‌ ପଡ଼ିବାକୁ ଯାଉଛନ୍ତି। ଯେଉଁ ସରକାରୀ କର୍ମଚାରୀ ରାସନ୍‌ ଉଠାଉଛନ୍ତି, ତାର ତାଲିକା ବ୍ଲକ୍‌ ଅନୁସାରେ ସବୁ ବିଡିଓ ଓ ବ୍ଲକ୍‌ ଯୋଗାଣ ଅଧିକାରୀଙ୍କୁ ପଠାଯାଇଛି।ତାଲିକାରେ ରାସନ୍‌କ‌ାର୍ଡଧାରୀଙ୍କ ନାମ, ସେମାନଙ୍କର କିଏ କେଉଁ ବିଭାଗରେ ଓ କେଉଁ ପଦବୀରେ ଚାକିରି କରୁଛନ୍ତି, ରାସନ୍‌କାର୍ଡଧାରୀଙ୍କ ସହ ସେମାନଙ୍କ ସଂପର୍କ ଅର୍ଥାତ୍‌ ପୁଅ, ଝିଅ, ସ୍ବାମୀ ନା ନିଜେ କାର୍ଡଧାରୀ ସେସବୁର ତଥ୍ୟ ସରକାରଙ୍କ ପକ୍ଷରୁ ପ୍ରତି ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଦିଆଯିବା ପରେ ଏହାର ତାଲିକା ପ୍ରତି ବ୍ଲକ୍‌କୁ ପଠାଯାଇଛି।

Leave A Reply

Your email address will not be published.

eighteen + two =