ବରଗଡ ଧନୁଯାତ୍ରା ଯୁବତୀଙ୍କୁ ବଳାତ୍କାର କରିବା ଘଟଣା। ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ। 

ଭୁବନେଶ୍ୱର(ରାଜ୍ୟକାହା) ବରଗଡ ଧନୁଯାତ୍ରା ଦେଖିବାକୁ ଯାଇ ଯୁବତୀଙ୍କୁ ବଳାତ୍କାର କରିବା ଘଟଣାକୁ ନେଇ ଆସିଲା ବଡ଼ ଖବର। ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ। ମୁଖ୍ୟ ଅଭିଯୁକ୍ତ ରାକେଶ ଡନସେନାକୁ ଗିରଫ କଲା ପୋଲିସ। ଏହା ପୂର୍ବରୁ ପୋଲିସ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସୂଚନାଥାଉକି,  ଜାନୁଆରୀ ୧୨ ତାରିଖ ସନ୍ଧ୍ୟାରେ ଯୁବତୀ ଜଣକ ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ପରେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଘଟଣାକୁ ଏତେ ଦିନ ବିତିଯାଇଥିଲେବି ଏପର୍ଯ୍ୟନ୍ତ ସବୁ ଅଭିଯୁକ୍ତମାନଙ୍କୁ ପୋଲିସ ଧରିପାରିନଥିଲା |ସେପଟେ ବୁର୍ଲା ବଡ଼ ଡାକ୍ତରଖାନା (ଭିମ୍‌ସାର)ରେ ପୀଡ଼ିତାଙ୍କ ଚିକିତ୍ସା ଚାଲଥିବାବେଳେ ସୋମବାର ଆସିଥିବା ଯୁବତୀଙ୍କ ମେଡିକାଲ ରିପୋର୍ଟରୁ, ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନର କୌଣସି ଲକ୍ଷଣ ନଥିବା ଜଣାପଡ଼ିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ଘଟୁଛି। ତାଙ୍କର ସମସ୍ତ ରୁଟିନ୍‌ ଟେଷ୍ଟ ଓ ସିଟିସ୍କାନ୍‌ କରାଯାଇଛି। ନ୍ୟୁରୋ ସର୍ଜରି, ପ୍ଲାଷ୍ଟିକ ସର୍ଜରି, ଜେନେରାଲ ସର୍ଜରି, ଗାଇନାକୋଲୋଜି ଆଦି ବିଭାଗର ଡାକ୍ତରମାନେ ଚିକିତ୍ସା କରୁଛନ୍ତି। ସେ ସ୍ବାଭାବିକ ଭାବରେ କଥାବାର୍ତ୍ତା କରୁଛନ୍ତି। 

Leave A Reply

Your email address will not be published.

six − two =