ଅସ୍ତରଙ୍ଗ ବନାଞ୍ଚଳରେ ଚାଲିଛି ଡଲଫିନ ଗଣନା

ଭୁବନେଶ୍ୱର(ରାଜ୍ୟକାହାଣୀ)  ଅସ୍ତରଙ୍ଗ ବନାଞ୍ଚଳ ଅଞ୍ଚଳରେ ଚାଲିଛି ଡଲଫିନ ଗଣନା । ସମୁଦ୍ର ଓ ନଦୀ ମଧ୍ୟରେ ରହୁଥିବା ଡଲଫିନଙ୍କ ଗଣନା କରୁଛି ବନ ବିଭାଗ । ସୋମବାରଠାରୁ ଗଣନା ଆରମ୍ଭ ହୋଇଥିବା ବେଳେ ଏହା ତିନି ଦିନ ଧରି ଚାଲିବ । ଏହି ଟିମ ମଧ୍ୟରୁ ଦେବୀ ନଦୀର ଶାଖା ନଦୀ କାଦୁଆ ନଦୀ ମଧ୍ୟରେ ଗୋଟିଏ ଟିମ ,ଦେବୀ ମୁହାଣ ଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ଗୋଟିଏ ଟିମ , ଯାହାନିଆ ଠାରୁ ଗଙ୍ଗା ଦେବୀ ପର୍ଯ୍ୟନ୍ତ ଗୋଟିଏ ଟିମ ସେହିପରି ଯାହାନିଆ ଠାରୁ ବାଲେଶ୍ଵର ପର୍ଯ୍ୟନ୍ତ ସମୁଦ୍ର କୂଳରେ ଦୁଇଟି ଟିମ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି ।ତେବେ ଅସ୍ତରଙ୍ଗ-ଚନ୍ଦ୍ରଭାଗା ମୁହାଣ ନିକଟରେ ଡେରା ପକାଇଥିବା ଟିମ୍‌ ଗୋଟିଏ ହେଲେ ଡଲଫିନ ଦେଖିବାକୁ ପାଇ ନ ଥିବା କହିଛନ୍ତି ଅସ୍ତରଙ୍ଗ ବନ ଅଧିକାରୀ ମୋନାଲିସା ମହାପାତ୍ର । ଅସ୍ତରଙ୍ଗ ମୁହାଣ ନିକଟରେ ଗଣନା କରୁଥିବା ଟିମ ବିରଳ ପ୍ରଜାତିର ଇରାବାଡି ଡଲଫିନ ଦୁଇଟି ଦେଖିବାକୁ ପାଇଥିଲେ । ସେହିପରି ସମୁଦ୍ର ମଧ୍ୟରେ ବଟଲ ନୋଜ ଡଲଫିନର ଗୋଟିଏ ଦଳ ଜଳ କ୍ରିଡା କରୁଥିବାର ଦେଖିବାକୁ ମିଳିଥିଲା ।  ଅସ୍ତରଙ୍ଗ ସାମୁଦ୍ରିକ ଅଞ୍ଚଳରେ କେତେ ଡଲଫିନ ଅଛନ୍ତି ତାହାର ସମ୍ପୂର୍ଣ ତଥ୍ୟ ଗଣନା ସରିବା ପରେ ଜଣାପଡ଼ିବ ।

Leave A Reply

Your email address will not be published.

eighteen − eight =