ରାଜ୍ୟସଭା ରେସ୍ : କାହାକୁ ଭୋଟ ଦେଲେ ସନାତନ? ଜଣାଇଲେନି

ରାଜ୍ୟ କାହାଣୀ ( ଭୁବନେଶ୍ଵର)ରାଜ୍ୟ ସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି। ବିଧାନସଭା ୫୪ ନଂ ପ୍ରକୋଷ୍ଠରେ ଚାଲିଛି ଭୋଟିଂ। ଅପରାହ୍ଣ ୪ଟା ଯାଏ ଚାଲିବ ମତଦାନ। ୫ଟାରେ ଗଣତି କରାଯିବ। ବିଧାୟକଙ୍କ ହାତରେ ମନମୋହନ ସାମଲ, ସୁଜିତ କୁମାର, ସଂତୃପ୍ତ ମିଶ୍ର, ଡାକ୍ତର ଦତ୍ତେଶ୍ୱର ହୋତା ଓ ଦିଲ୍ଲୀପ ରାୟଙ୍କ ଭାଗ୍ୟ ।ତେବେ ପ୍ରଥମେ ଭୋଟ ଦେଇଛନ୍ତି  ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଜଣଙ୍କ ପରେ ଜଣେ ଭୋଟ ଦେବାରେ ବ୍ୟସ୍ତ ।ଏହି ଅବସରରେ ଭୋଟ ଦେଇଥିଲେ ସନାତନ ମହାକୁଡ଼ । ବିଜେଡିରୁ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼ ଭୋଟ୍ ଦେଲେ । ଭୋଟ୍ ଦେବା ପରେ କହିଛନ୍ତି ରାଜ୍ୟରେ ସ୍ବାର୍ଥ ପାଇଁ ଯିଏ କାମ କରିବ ତାଙ୍କୁ ଭୋଟ୍ ଦେଇଛି । ସସ୍ପେଣ୍ଡ୍ ଲୋକକୁ ହ୍ବିପ ଜାରି କରିବାର କୌଣସି ନିୟମ ନାହିଁ । ବିଜେଡି ସସ୍ପେଣ୍ଡ କରିବା ସହ ବିଧାନସଭାରେ ଆସନ ବଦଳାଇଲା ।

କାଲି ପର୍ଯ୍ୟନ୍ତ ବିଜେଡିର କିଏ ବି ମୋ ସହ ଯୋଗାଯୋଗ କରି ନାହାନ୍ତି । ମୋତେ ଆମ ପ୍ରାର୍ଥୀ କିଏ, କାହାକୁ ଭୋଟ ଦେବାକୁ ହେବ କହି ନାହାନ୍ତି । ମୁଁ ଯାହାକୁ ଭୋଟ ଦେଇଛି, ଗଣତି ପରେ ଜାଣିବେ ।

You might also like