ଏବେ ଶିକ୍ଷକତା କରିପାରିବେ ଦୃଷ୍ଟିବାଧିତ । 

ଭୁବନେଶ୍ୱର(ରାଜ୍ୟକାହାଣୀ) ଏଣିକି ଶିକ୍ଷକ ଚାକିରି ପାଇବାରୁ ବଞ୍ଚିତ ହେବେନାହିଁ ଦୃଷ୍ଟିବାଧିତ। ଦୃଷ୍ଟିବାଧିତ ମାନେ ମଧ୍ୟ ଶିକ୍ଷକ ପଦବୀ ପାଇଁ ଆବେଦନ କରିପାରିବେ।  ମାଧ୍ୟମିକ ସ୍କୁଲରେ ଏଲଟିଆର ଶିକ୍ଷକ ପଦବୀ ପାଇଁ ଆବେଦନ କରିବାକୁ ଏହି ନିକଟରେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ବିଜ୍ଞପ୍ତି ଜାରି କରିଛି । ସୂଚନାମୁତାବକ ପୂର୍ବରୁ ଏଥିରେ କମିଶନ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି ଯେ, ଶତ ପ୍ରତିଶତ ଦୃଷ୍ଟିବାଧିତ ଏହି ପଦବୀ ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ।ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଶତାଧିକ ଆବେଦନକାରୀ ଏହାକୁ ବିରୋଧ କରିଥିଲେ । ବିଏଡ୍‌ ସାରିବା ସହ ଓଟିଇଟିରେ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ସରକାର କାହିଁକି ସେମାନଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ।  ଏନେଇ ଭିନ୍ନକ୍ଷମ ସଶକ୍ତିକରଣ କମିଶନଙ୍କ ଦ୍ବାରସ୍ଥ ହେବା ସହିତ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ, ଓସେପା ଏବଂ ଗଣଶିକ୍ଷା ବିଭାଗର ଦ୍ବାରସ୍ଥ ହୋଇଥିଲେ ଆବେଦନକାରୀ । ଯାହାକୁ ନେଇ ଏବେ ନୂଆ ବିଜ୍ଞପ୍ତି ଜାରି କରିଛି କମିଶନ ।

Leave A Reply

Your email address will not be published.

fifteen − 4 =