ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା : ଦୁଇ ଦିନରେ ୧୯୦ ଦମ୍ପତିଙ୍କ ବିବାହ କରାଇବେ ରାଜ୍ୟ ସରକାର

ରାଜ୍ୟରେ ଗରିବ ପରିବାରର ଝିଅମାନଙ୍କୁ ବିବାହ ପାଇଁ ଓଡ଼ିଶା ସରକାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ଏହି ଯୋଜନା ଦ୍ବାରା ମହିଳାଙ୍କ ବିକାଶ ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୨ଦିନରେ ୧୯୦ଟି ବିବାହ କରାଇବେ ସରକାର । ଆଜି ଓ ଆସନ୍ତାକାଲି ଦୁଇ ଦିନ ଏହି ବିବାହ ଉତ୍ସବ ଆୟୋଜିତ ହେବ । ଆଜି କଟକରେ ଆୟୋଜିତ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସମୂହ ବିବାହ କାର୍ଯ୍ୟକ୍ରମ । କଟକରେ ୫୦ ଜଣଙ୍କର ବିବାହ ଆୟୋଜିତ ହେବ ।ସକାଳ ୧୦ଟାରେ ଆୟୋଜିତ ହେବ କାର୍ଯ୍ୟକ୍ରମ । ଆସନ୍ତାକାଲି ବାଲେଶ୍ୱରରେ ୪୦ଟି, ମୟୂରଭଞ୍ଜରେ ୫୦ ଓ ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୫୦ଟି ବିବାହ କରାଇବେ ରାଜ୍ୟ ସରକାର ।

You might also like