କୋଏମ୍ବାଟୁରଠାରୁ ଧାନବାଦକୁ ନୂଆ ଅମୃତ ଭାରତ ଟ୍ରେନ ମଞ୍ଜୁର

ରାଜ୍ୟକାହାଣୀ ( ଭୁବନେଶ୍ୱର )ଓଡ଼ିଶାରେ ରେଳ ସଂଯୋଗୀକରଣକୁ ପ୍ରୋତ୍ସାହନ । କେନ୍ଦ୍ର ସରକାର ତାମିଲନାଡ଼ୁର କୋଏମ୍ବାଟୁର ଜିଲ୍ଲା ପୋତ୍ତନୁର ଏବଂ ଝାଡ଼ଖଣ୍ଡର ଧାନବାଦକୁ ସଂଯୋଗ କରିବା ପାଇଁ ଏକ ନୂତନ ଅମୃତ ଭାରତ ଟ୍ରେନ୍ ସେବା ଆରମ୍ଭ ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ସୂଚନା ଦେଇଛନ୍ତି । ତେବେ ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଏହି ଅମୃତ ଭାରତ ଟ୍ରେନ । ଓଡିଶା, ତାମିଲନାଡୁ ଏବଂ ଝାଡଖଣ୍ଡ ମଧ୍ୟରେ ସଂଯୋଗକୁ ସୁଦୃଢ କରିବ । ରାୟଗଡା, ମୁନିଗୁଡା, କେସିଙ୍ଗା, ଟିଟିଲାଗଡ, ବଲାଙ୍ଗିର, ବରଗଡ ରୋଡ, ସମ୍ବଲପୁର, ଝାରସୁଗୁଡା, ରାଉରକେଲା ଦେଇ ଯିବ । ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର ଯାତ୍ରୀମାନେ ଯଥେଷ୍ଟ ଲାଭ ପାଇବେ ।ସେପଟେ ରାଜ୍ୟରେ ରେଳ ସଂଯୋଗୀକରଣରେ ଉଲ୍ଲେଖନୀୟ ଭାବରେ ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଏକ୍ସରେ ପୋଷ୍ଟ କରି ଧନ୍ୟବାଦ ଜଣାଇଛନ୍ତି ।ନୂତନ ଅମୃତ ଭାରତ ଟ୍ରେନ୍ ଆଞ୍ଚଳିକ ସଂଯୋଗୀକରଣକୁ ସୁଦୃଢ଼ କରିବ ଏବଂ ଓଡ଼ିଶାର ସାମଗ୍ରିକ ବିକାଶରେ ଯୋଗଦାନ ଦେବ ବୋଲି ଆଶା କରାଯାଉଛି ।

You might also like