ମଧ୍ୟପ୍ରାଚ୍ୟ ଦେଶ ଗୁଡିକରେ ଲକ୍ଷ ଲକ୍ଷ ଓଡ଼ିଆ ଲୋକଙ୍କୁ ଫେରାଇ ଆଣନ୍ତୁ: ନବୀନ

ରାଜ୍ୟକାହାଣୀ ( ଭୁବନେଶ୍ୱର )ଇରାନ-ଆମେରିକା ଯୁଦ୍ଧ ସୋମବାର ସୁଦ୍ଧା ୧୦ ଦିନ ଅତିକ୍ରମ କରିଛି। ପଛକୁ ହଟିବାକୁ କୌଣସି ପକ୍ଷ ରାଜି ନଥିବାରୁ ଦିନକୁ ଦିନ ଯୁଦ୍ଧ ପ୍ରକୋପ ବଢି ଚାଲିଛି। ଏହି ସମୟରେ ଯୁଦ୍ଧକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବଡ଼ ସୂଚନା ଦେଇଛନ୍ତି। ମଧ୍ୟପ୍ରାଚ୍ୟ ଦେଶ ଗୁଡିକରେ ଲକ୍ଷ ଲକ୍ଷ ଓଡ଼ିଆ ଲୋକ ଫସି ରହିଛନ୍ତି । ତେଣୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ ସେମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଅନ୍ତୁ |ନବୀନ କହିଛନ୍ତି ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷର ପ୍ରଭାବ ସମଗ୍ର ଦୁନିଆରେ ପଡ଼ିଛି। ବିଶେଷ କରି ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଫସି ରହିଛନ୍ତି ବହୁ ଭାରତୀୟ । ସେଥିରେ ଅନେକ ଓଡ଼ିଆ ମଧ୍ୟ ସାମିଲ୍ ଅଛନ୍ତି । ଫସିଥିବା ଓଡ଼ିଆଙ୍କୁ କେମିତି ସ୍ଵଦେଶ ଫେରାଇ ଅଣାଯିବ ସେ ନେଇ ପଦକ୍ଷେପ ନେବାକୁ ତଥା କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।ମାର୍ଚ୍ଚ ୫ ସୁଦ୍ଧା, ମୋଟ ୧୪,୯୯୨ ଫସି ରହିଥିବା ଯାତ୍ରୀଙ୍କୁ ଭାରତ ଫେରାଇ ଅଣାଯାଇଛି। ତଥାପି, ମଧ୍ୟପ୍ରାଚ୍ୟରେ ହଜାର ହଜାର ଭାରତୀୟ ଏବେ ବି ଫସି ରହିଛନ୍ତି।

ରବିବାର ଇସ୍ରାଏଲ ତେହରାନ ଏବଂ ଏହାର ଆଖପାଖ ଅଞ୍ଚଳରେ ରହିଥିବା ପ୍ରମୁଖ ତୈଳ ଡିପୋଗୁଡିକ ଉପରେ ଘନ ଘନ ବୋମାମାଡ଼ କରିବା ପରେ ସୋମବାର ମଧ୍ୟ ଆକ୍ରମଣ ଆହୁରି ଜୋରଦାର କରିଛି। ଆଗକୁ ଇରାନକୁ ଆହୁରି ଭୟଙ୍କର ସ୍ଥିତି ସାମ୍ନା କରିବାକୁ ପଡ଼ିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୋମବାର ଧମକ ଦେଇଛନ୍ତି। ଆମେରିକା ପକ୍ଷରୁ ମଧ୍ୟ ଇରାନର ବହୁ ସାମରିକ ଏବଂ ପ୍ରମୁଖ ଭିତ୍ତିଭୂମି ଉପରେ ଆକ୍ରମଣ କରାଯାଇଛି।

You might also like