୧୦ ବର୍ଷରେ ଓଡ଼ିଶାରେ ୫୨ ହଜାର ୨୪୪ ଜଣଙ୍କ ଆତ୍ମହତ୍ୟା

ରାଜ୍ୟକାହାଣୀ ( ଭୁବନେଶ୍ୱର )୧୦ ବର୍ଷରେ ଓଡ଼ିଶାରେ ୫୨ ହଜାର ୨୪୪ ଜଣ ଆତ୍ମହତ୍ୟା କରିଛନ୍ତି ।ଏନ୍ସିଆର୍ବି (ନାସ୍ନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ) ଓ ଏସ୍ସିଆର୍ବି(ଷ୍ଟେଟ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ)ର ତଥ୍ୟ କହୁଛି, ଓଡ଼ିଶାରେ ଗଲା ୧୦ ବର୍ଷରେ ୫୨ ହଜାର ୨୪୪ ଜଣ ଲୋକ ଆତ୍ମହତ୍ୟା କରିଛନ୍ତି । ୨୦୧୬ ମସିହାରେ ରାଜ୍ୟରେ ୩୯୦୪ ଜଣ ନିଜ ଜୀବନକୁ ନିଜେ ଶେଷ କରିଦେଇଥିଲେ । ୨୦୧୭ରେ ଏହି ସଂଖ୍ୟା ବଢ଼ି ୪୪୯୩, ୨୦୨୧୮ରେ ୪ ହଜାର ୫୯୨ଜଣ, ୨୦୧୯ରେ ୪୫୮୨ ଜଣ ବିଭିନ୍ନ କାରଣରୁ ଆତ୍ମହତ୍ୟା କରିଥିଲେ । ରେକର୍ଡ କହୁଛି, କରୋନା ମହାମାରୀ ସମୟରୁ ଆତ୍ମହତ୍ୟା ଘଟଣା ହୁହୁ ହୋଇ ବଢ଼ିଚାଲିଛି । ୨୦୨୦ରେ ଅର୍ଥାତ୍ କରୋନା ବର୍ଷ ୫ ହଜାର ୪୮୨ ଜଣ, ୨୦୨୧ରେ ୫ ହଜାର ୬୪୯ ଓ କରୋନା ସଂକ୍ରମଣ ବନ୍ଦ ହେବା ଅର୍ଥାତ୍ ୨୦୨୨ ମସିହାରେ ସର୍ବାଧିକ ୬୧୪୦ ଜଣ ଜୀବନ ହାରିଥିଲେ ।

କରୋନା ପରେ ବ୍ୟବସାୟ କ୍ଷତିଗ୍ରସ୍ତ ହେବା, ଚାକିରି ଚାଲିଯିବା, ରୋଜଗାରର ପନ୍ଥା ନମଳିବା, ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଏତେ ସଂଖ୍ୟାରେ ଆତ୍ମହତ୍ୟା ଘଟିଥିବା ସରକାର ମଧ୍ୟ ସ୍ୱୀକାର କରିଛନ୍ତି । ସେହିପରି ୨୦୨୩ରେ ଏହି ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିଲା ଓ ୫ ହଜାର ୯୮୯ ଜଣ ଆତ୍ମହତ୍ୟା କରିଥିଲେ ।

You might also like