ସୁଖୋଇ-୩୦ ଯୁଦ୍ଧବିମାନ କ୍ରାଶ୍: ୨ଜଣଙ୍କ ମୃତ୍ୟୁ

ଗୁରୁବାର ଭାରତୀୟ ସେନାର Su-30 MKI ଲଢ଼ୁଆ ବିମାନ ନିଖୋଜ ହୋଇଯାଇଥିଲା । ଯାହାପରେ ସନ୍ଧାନକାର୍ଯ୍ୟ ଆରମ୍ଭ କରିଦେଇଥିଲା । ତେବେ ବିମାନଟି କ୍ରାଶ୍ କରିଯାଇଥିବା ସୂଚନା ମିଳିଛି । ଏନେଇ ଏକ୍ସ ଯୋଗେ ବାୟୁସେନା ପକ୍ଷରୁ ଅପଡେଟ୍ ଦିଆଯାଇଛି ।ସୁଖୋଇ-୩୦ ବିମାନ ଦୁର୍ଘଟଣାରେ ସ୍କ୍ୱାଡ୍ରନ୍ ଲିଡର ଅନୁଜ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶ ଦୁରାଗକରଙ୍କ ମୃତ୍ୟୁ ହୋଇଛି । ଭାରତୀୟ ବାୟୁସେନା ସ୍କ୍ୱାଡ୍ରନ୍ ଲିଡର ଅନୁଜ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶ ଦୁରାଗକରଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛି। ସେନା ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରି କୁହାଯାଇଛି, “ସମସ୍ତ ଭାରତୀୟ ବାୟୁସେନା କର୍ମଚାରୀ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ପ୍ରକାଶ କରୁଛନ୍ତି ଏବଂ ଏହି ଦୁଃଖର ମୁହୂର୍ତ୍ତରେ ସେମାନଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି ।”

You might also like