ଦାମୀ ବ୍ରାଣ୍ଡ ନାଁରେ ନକଲି ଟାୟାର ବିକ୍ରି

କଟକ(ରାଜ୍ୟକାହାଣୀ) ନକଲି ଜିନିଷର ହବ୍ ପାଲଟିଛି କଟକ। ଏହି ସହର ପାଲଟିଛି ନକଲି ସାମଗ୍ରୀର ଆସର। ନାମୀ ଦାମୀ ଷ୍ଟିକର ଲଗେଇ ବିକୁଛନ୍ତି ନକଲି ଜିନିଷ। ଜଗତପୁର ଇମାନଗର ଖଇରା ପୋଲ ନିକଟରୁ ଠାବ ହେଲା ଅସଲି ବ୍ରାଣ୍ଡ ନାଁରେ ନକଲି ଟାୟାର ଗୋଦାମ। ନାମୀଦାମୀ କମ୍ପାନୀ ନାମରେ ନକଲି ସାଇକେଲ ଓ ବାଇକ୍ ଟାୟାର ଦୀର୍ଘଦିନ ହେବ ବିକ୍ରି ହେଉଥିଲା।ସୂଚନା ଅନୁସାରେ ଏହି ଗୋଦାମରୁ ଟାୟାର ଏବଂ ଟ୍ୟୁବ୍‌ଗୁଡିକୁ ବିଭିନ୍ନ ଜିଲ୍ଲାର ଗ୍ରାମାଞ୍ଚଳକୁ ପଠାଯାଉଥିବା ନେଇ କଟକ ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ ପରିଚାଳକ ଆଦିତ୍ୟ କୁମାର ଦାସ କଟକ ଡିସିପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଡିସିପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶକ୍ରମେ ଜଗତପୁର ଥାନା ଅଧିକାରୀ ଅନିରୁଦ୍ଧ ନାୟକ ଏବଂ ତାଙ୍କ ଟିମ୍ ଉକ୍ତ ଗୋଦାମରେ ଗୁରୁବାର ଚଢ଼ଉ କରିଥିଲେ।

ଯାଞ୍ଚ ବେଳେ ଏହି ଗୋଦାମ ଦୀର୍ଘ ୬ମାସ ଧରି ଜଗତପୁର ଅଞ୍ଚଳରେ ଚାଲୁଥିବା ଏବଂ ଅସଲି ଟାୟାର, ଟ୍ୟୁବ୍‌ଠାରୁ କମ୍ ଦରରେ ଏଗୁଡ଼ିକୁ ବିକ୍ରି କରାଯାଉଥିବା ଜଣାପଡ଼ିଥିଲା । ଜବତ ଟାୟାର, ଟ୍ୟୁବ୍‌ର ବଜାର ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

two × three =