ଭାଙ୍ଗିଯିବ କି ଇଣ୍ଡି ମେଣ୍ଟ ?

୨୦୨୪ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ସରକାରଙ୍କୁ କ୍ଷମତାରୁ ହଟାଇବା ଉଦ୍ଦେଶ୍ୟରେ ଗଠିତ ଅଖିଳ ଭାରତୀୟ ମେଣ୍ଟ କ’ଣ ଶେଷ ହୋଇଗଲା? ଏହି ପ୍ରଶ୍ନ ବର୍ତ୍ତମାନ ଲୋକଙ୍କ ମନରେ ଉଙ୍କି ମାରୁଛି। କଂଗ୍ରେସ ନେତା ପଓ୍ବନ ଖେରା ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଏହି ମେଣ୍ଟ କେବଳ ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ଥିଲା। ଏହି ପ୍ରସଙ୍ଗରେ ବିରୋଧୀ ମେଣ୍ଟର ଅନ୍ୟତମ ସହଯୋଗୀ ତଥା ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଅସନ୍ତୋଷ ଝାଡ଼ିଛନ୍ତି। ଅବଦୁଲ୍ଲା କହିଛନ୍ତି ମୋର ଯେତିକି ମନେ ଅଛି, ଇଣ୍ଡିଆ ମେଣ୍ଟର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନଥିଲା। ଅବଦୁଲ୍ଲା କହିଛନ୍ତି ଯେ ଦିଲ୍ଲୀ ନିର୍ବାଚନରେ ଯେହେତୁ ଆମେ ଅଂଶଗ୍ରହଣ କରୁନାହୁଁ, ତେଣୁ ଏ ପ୍ରସଙ୍ଗରେ ମୋର କିଛି କହିବାର ନାହିଁ। ବିଜେପିକୁ କିପରି ହରାଇବାକୁ ହେବ, ସେକଥା ଆମ୍ ଆଦମୀ ପାର୍ଟି, କଂଗ୍ରେସ ଓ ନିର୍ବାଚନ ଲଢ଼ୁଥିବା ଅନ୍ୟ ଦଳ ଗୁଡ଼ିକ ଚିନ୍ତା କରିବେ। ପୂର୍ବରୁ ଆରଜେଡି ନେତା ତେଜସ୍ବୀ ଯାଦବ ମଧ୍ୟ ସ୍ପଷ୍ଟ ଭାବରେ କହିଥିଲେ ଯେ ଇଣ୍ଡିଆ ମେଣ୍ଟ ଶେଷ ହୋଇଯାଇଛି। ସେ କହିଥିଲେ ଯେ ଏହି ମେଣ୍ଟ କେବଳ ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ଥିଲା ଏବଂ ନିର୍ବାଚନ ଶେଷ ହେବା ପରେ ଏହା ଶେଷ ହୋଇଯାଇଛି।

Leave A Reply

Your email address will not be published.

20 + 15 =