ରସୁଲଗଡ଼ ବ୍ରିଜରେ ହତ୍ୟା ଘଟଣା,  ଗିରଫ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର(ରାଜ୍ୟକାହାଣୀ) ଭୁବନେଶ୍ବର କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ହତ୍ୟାକାଣ୍ଡ ଘଟଣାରେ ଗିରଫ ହେଲେ ଆଉ ୨ ଜଣ ଅଭିଯୁକ୍ତ । ଏହି ୨ ଜଣ ଗିରଫ ହେବା ପରେ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଅନ୍ୟ ୨ ଅଭିଯୁକ୍ତଙ୍କୁ ଭୁବନେଶ୍ବରରୁ ଗିରଫ କଲା ସ୍ପେଶାଲ ସ୍କ୍ବାଡ୍ । କେମିତି ସହଦେବଙ୍କୁ ହତ୍ୟା କରାଯାଇଥିଲା, କେମିତି ହତ୍ୟା ଷଡଯନ୍ତ୍ର ରଚାଯାଇଥିଲା । ଓ କେମିତି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେଲା ପ୍ରେସମିଟ୍ ଜରିଆରେ ଗୋଟି ଗୋଟି ତଥ୍ୟ ଦେଇଛି ପୋଲିସ । ସକାଳ ୮ଟାରେ ପୋଲିସକୁ ଖବର ମିଳିଥିଲା ରସୁଲଗଡ ନିକଟରେ ଏକ କ୍ଷତବିକ୍ଷତ ମୁଣ୍ଡ ବିହୀନ ଶରୀର ରାସ୍ତା ଉପରେ ପଡିଛି । ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତ ଦେହକୁ ମେଡିକାଲରେ ପହଞ୍ଚାଇଥିଲା ପୋଲିସ । ସେଠାରେ ଯୁବକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ପ୍ରାଥମିକ ତଦନ୍ତରୁ ପୋଲିସକୁ ଜଣାପଡିଥିଲା ଏହା ଏହ ହତ୍ୟା କାଣ୍ଡ । ଏହା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ହତ୍ୟାକାରୀଙ୍କୁ ଧରିବା ପାଇଁ ୩ଟି ଟିମ୍ ଗଠିତ ହୋଇଥିଲା । ତଦନ୍ତ ପରେ ପୋଲିସ ହାତରେ ହତ୍ୟାକାରୀର ବାଇକ୍ ଏବଂ ହତ୍ୟାକାରୀଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଥିଲେ । ନୟାଗଡରେ ହତ୍ୟାକାରୀ ଲୁଚିଥିବା ବେଳେ ପୋଲିସ ହତ୍ୟାକୀରାଙ୍କୁ ଧରିବାରେ ସଫଳ ହୋଇଥିଲା ।  ପୋଲିସ ହାତରେ ମୋବାଇଲ୍ ଫୋନ୍ ରହିଛି । ମୋବାଇଲ୍ ଫୋନରୁ ଅନେକ ତଥ୍ୟ ମିଳିବ ବୋଲି ପ୍ରେସମିଟ୍ କରି ତଥ୍ୟ ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର । ତେବେ ପୂର୍ବ ସତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି ।  ଦୀର୍ଘଦିନ ହେବ ଏମାନଙ୍କର ଶତ୍ରୁତା ଲାଗି ରହିଥିଲା । ସେପଟେ ଗୁରୁବାର ପୋଲିସ ରସୁଲଗଡ଼ ହତ୍ୟାକାଣ୍ଡର ଅଭିଯୁକ୍ତମାନଙ୍କୁ ନେଇ କ୍ରାଇମ ରୀକ୍ରିଏସନ କରିଥିଲା। ଅଭିଯୁକ୍ତ ବ୍ୟକ୍ତି ହତ୍ୟା ପରେ କିପରି ଅସ୍ତ୍ରଶସ୍ତ୍ର ନେଇ ଭୁବନେଶ୍ୱରର ଲିଙ୍ଗିପୁର ନିକଟ ଦୟା ନଦୀର ପାଣିରେ ଲୁଚାଇ ରଖିଥିଲେ ତାହା ପ୍ରଦର୍ଶନ କରିଥିଲେ।

Leave A Reply

Your email address will not be published.

nineteen − six =