ବିହାରରୁ ରାଜ୍ୟସଭା ପାଇଁ ନିତିନ ନବୀନ ହେଲେ ବିଜେପି ପ୍ରାର୍ଥୀ

୯ ଜଣିଆ ରାଜ୍ୟସଭା ପ୍ରାର୍ଥୀ ତାଲିକା ଘଷଣା କଲା ବିଜେପି । ଏହି କ୍ରମରେ ବିହାରରୁ ନିତିନ ନବୀନ (ବିଜେପି ରାଷ୍ଟ୍ରୀୟ ସଭାପତି) ଓ ଶିବେଶ କୁମାରଙ୍କ ନାମ ଦଳ ଘୋଷଣା କରିଛି । ସେହିଭଳି ଆସାମରୁ ତେରାଶ ଗୋବାଲ ଓ ଜୋଗେନ ମୋହନଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଛତିଶଗଡ଼ରୁ ବିଜେପି ତରଫରୁ ଲକ୍ଷ୍ମୀ ବର୍ମାଙ୍କ ନାମ ଘୋଷଣା ହୋଇଛି । ସେହିଭଳି ହରିଆଣାରୁ ସଂଜୟ ଭାଟିଆ, ଓଡ଼ିଶାରୁ ମନମୋହନ ସାମଲ ଓ ସୁଜିତ କୁମାରଙ୍କ ନାମ ଘୋଷଣା କରାଯାଇଛି ।ଅବଶ୍ୟ ଦଳ ଏପର୍ଯ୍ୟନ୍ତ ମହାରାଷ୍ଟ୍ର ଆଶାୟୀଙ୍କ ନାଁ ଘୋଷଣା କରିନାହିଁ।ବିହାର କଥା କହିଲେ ଏଠାରେ ରାଜ୍ୟସଭା ନିର୍ବାଚନ ୨୦୨୬କୁ ନେଇ ରାଜନୀତି ସରଗରମ ରହିଛି। ବିହାରରୁ ଯେଉଁ ୫ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଏପ୍ରିଲରେ ଶେଷ ହେଉଛି। ସେଥିରେ ଉପସଭାପତି ହରିବଂଶ ନାରାୟଣ ସିଂହ, ପ୍ରେମଚନ୍ଦ୍ର ଗୁପ୍ତା, କେନ୍ଦ୍ରୀୟ ମନ୍ତ୍ରୀ ରାମନାଥ ଠାକୁର, ଅମରେନ୍ଦ୍ର ଧାରୀ ସିଂହ ଏବଂ ଉପେନ୍ଦ୍ର କୁଶଓ୍ବାହା ରହିଛନ୍ତି। ହରିବଂଶ ନାରାୟଣ ସିଂହ ଏବଂ ରାମନାଥ ଠାକୁର ଜେଡିୟୁରୁ, ପ୍ରେମଚନ୍ଦ୍ର ଗୁପ୍ତା ଏବଂ ଅମରେନ୍ଦ୍ର ଧାରୀ ସିଂହ ଆରଜେଡିର ଏବଂ ଉପେନ୍ଦ୍ର କୁଶଓ୍ବାହା ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାର ପ୍ରତିନିଧି ଅଛନ୍ତି।

You might also like