ଆମେରିକୀୟଙ୍କୁ ୧୪ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଜାରି

ଆମେରିକୀୟଙ୍କୁ ୧୪ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଜାରି । ଜରୁରୀକାଳୀନ ନିର୍ଦ୍ଦେଶ ଜାରି କଲା ଆମେରିକା ବୈଦେଶିକ ବିଭାଗ । ମଧ୍ୟ-ପ୍ରାଚ୍ୟର ୧୪ଟି ଦେଶରେ ଥିବା ଆମେରିକୀୟ ନାଗରିକମାନଙ୍କୁ “ଗମ୍ଭୀର ସୁରକ୍ଷା ବିପଦ” ଦର୍ଶାଇ ତୁରନ୍ତ ସେହି ସ୍ଥାନ ଛାଡ଼ିବାକୁ କୁହାଯାଇଛି ।ଷ୍ଟେଟ୍ ଡିପାର୍ଟମେଣ୍ଟ ଦ୍ୱାରା ଅସୁରକ୍ଷିତ ତାଲିକାଭୁକ୍ତ ଦେଶ ଓ ଅଞ୍ଚଳଗୁଡ଼ିକ ମଧ୍ୟରେ ଇସ୍ରାଏଲର ୱେଷ୍ଟ ବ୍ୟାଙ୍କ ଓ ଗାଜା, ଇରାନ, ଇରାକ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, କୁଏତ, କତାର, ଜୋର୍ଡାନ, ଲେବାନନ, ମିଶର, ବାହାରିନ, ଓମାନ ଓ ସିରିଆ ରହିଛି । ଏସବୁଙ୍କ ଦେଶ ଗୁଡ଼ିକ ମଧ୍ୟରୁ ଅଧିକାଂଶ ଦେଶରେ ଆମେରିକାର ସାମରିକ ଘାଟି ଅଛି । ସେସବୁ ଘାଟି ଉପରେ ଇରାନ ଆକ୍ରମଣ କରୁଛି ।ଆମେରିକାର ସହକାରୀ ସଚିବ ମୋରା ନାମଦାରଙ୍କ ଏକ ବିବୃତ୍ତିରେ କୁହାଯାଇଛି, ଗମ୍ଭୀର ସୁରକ୍ଷା ବିପଦ କାରଣରୁ ବୈଦେଶିକ ବିଭାଗ ଆମେରିକୀୟଙ୍କୁ ଉପଲବ୍ଧ ବ୍ୟବସାୟିକ ପରିବହନ ବ୍ୟବହାର କରି ୧୪ଟି ଦେଶ ତୁରନ୍ତ ଛାଡ଼ିବାକୁ ଅନୁରୋଧ କରାଯାଉଛି । ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଏବଂ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏହି ଅଞ୍ଚଳରେ ଆମେରିକୀୟ ପାଇଁ ବିପଦ ବଢ଼ିଛି । ଆଗକୁ ବିମାନ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା କରି ନାଗରିକମାନଙ୍କୁ କମର୍ସିଆଲ ବିମାନ ଯୋଗେ ତୁରନ୍ତ ବାହାରିଯିବାକୁ କୁହାଯାଇଛି । ଜରୁରୀ ସହାୟତା ପାଇଁ ଆମେରିକା ସରକାରଙ୍କ Smart Traveler Enrollment Program (STEP)ରେ ପଞ୍ଜୀକରଣ କରିବା ସହ ଦୂତାବାସ ସହିତ ଯୋଗାଯୋଗରେ ରହିବାକୁ କୁହାଯାଇଛି।

You might also like